ପୁରାତନ ଛାତ୍ରଙ୍କ ମାସ୍କ ଓ ସାବୁନ ବଣ୍ଟନ

ଅାଠମଲ୍ଲିକ(IYA NEWS:24/02/2020):
ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ୨୦୦୨ବର୍ଷ ର ଛାତ୍ର ମାନେ ମାସ୍କ ଏବଂ ସାବୁନ ବଣ୍ଟନ କରିଛନ୍ତି।କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ନପିନ୍ଧିଲେ ଫାଇନ ଦେବାକୁ ପଡୁଛି ଗରିବ ଲୋକ ଟିଏ ମାସ୍କ ଟିଏ କିଣି ନପାରି ଗାମୁଛା ମୁହଁ ରେ ବାନ୍ଧି ଯିବା ଆସିବା କରୁଛି । ଏହାକୁ ଆଖି ଆଗରେ ରଖି ଆଗେଇ ଆସିଛନ୍ତି ଠାକୁରଗଡ ଉଚ୍ଚ ବିଦ୍ୟାଳୟ ର ପୁରାତନଛାତ୍ର ମାନେ।ଲକ ଡାଉନ ଯୋଗୁଁ ସବୁ ପୁରୁଣା ସାଙ୍ଗ ମାନେ ଏକାଠି ହୋଇ ଠାକୁରଗଡ ସାପ୍ତାହିକ ହାଟ, ଅଲେଖପୁର, ଯୋଗୀବନ୍ଧ, ରାଣୀବନ୍ଧ ବିଭିନ୍ନ ଅଂଚଳରେ ୫୦୦ ମାସ୍କ ଓ ୫୦୦ ସାବୁନ ବଣ୍ଟନ କରିଛନ୍ତି ।ମଇମୁରା ସରପଞ୍ଚ ସତ୍ୟାନନ୍ଦ ରାଉତ ୨୦୦୨ ବର୍ଷ ଛାତ୍ର ଏବଂ ରଘୁନାଥ ରଣା ନେତୃତ୍ୱ ରେ ଅନ୍ୟ ସାଙ୍ଗ ଅଜିତ ପୃଷ୍ଟି, ସୁଜିତ ବିଶ୍ୱାଳ, ବିପିନ ସାହୁ, କୁଶ କଥାର, ପ୍ରଭଞ୍ଜନ ବିଶ୍ଵାଳ, ରବୀନ୍ଦ୍ର ପ୍ରଧାନ  ମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ସମାଜସେବୀ ଏମିତି କାମ କରନ୍ତି କିନ୍ତୁ ପୁରୁଣା ବନ୍ଧୁ ମାନଙ୍କ ଏପରି ମହତ୍ୱପୂର୍ଣ୍ଣ କାମକୁ ଅଞ୍ଚଳରେ ପ୍ରଶଂସା ର ସୁଅ ଛୁଟିଛି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।