ପ୍ଲାଣ୍ଟ ସାଇଡ୍ ମାନବ ସମ୍ବଳ ଅଧିକାରୀଙ୍କ ଅବହେଳା ଯୋଗୁଁ ତାତିଲେ ଠିକାଶ୍ରମିକ।

ଅନୁଗୋଳ (IYA NEWS: ୨୩/୦୪/୨୦୨୦)
ବଅଁରପାଳ ବ୍ଲକ ଅନ୍ତର୍ଗତ ରାଷ୍ଟ୍ରାୟତ କମ୍ପାନୀ ନାଲକୋ କାରଖାନା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ତା୨୨.୦୪.୨୦୨୦ ରିଖ ଦିନ ନାଲକୋ ସୁରକ୍ଷା କର୍ମୀ ୫.୨୦ ଘଟିକା ସମୟରେ ଫାଟକ ପାଖରେ ଠିଆ ହୋଇଥିବା ସମୟରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ଙ୍କୁ ପଚାରିଥିଲେ କି, କାହିଁକି ଫାଟକ ଖୋଲାଯାଉ ନାହିଁ। ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀ ଜଣଙ୍କ ଠିକା ଶ୍ରମିକଙ୍କୁ ଗାଳି ଗୁଲଜ କରିବା ସହିତ ୬ଟା ନବାଜିବା ପର୍ଯ୍ୟନ୍ତ ଫାଟକ ଖୋଲା ଯିବ ନାହିଁ ବୋଲି ସୁରକ୍ଷା କର୍ମୀଙ୍କୁ ରୋକଠୋକ ଶୁଣାଇଥିଲେ । ଠିକା ଶ୍ରମିକ ଜଣଙ୍କ କହିଥିଲେ କି ଆମର କାର୍ଯ୍ୟର ଅଧ ଘଣ୍ଟାଏ ପୂର୍ବରୁ ଛୁଟି ହୁଏ ବୋଲି କହିଥିଲେ । ସୁରକ୍ଷା କର୍ମୀ ଜଣକ ଏଥିରେ ଉତ୍ତ୍ୟକ୍ତ ହୋଇ ଠିକା ଶ୍ରମିକଙ୍କୁ ଗାଳି ଗୁଲଜ କରିବା ସହିତ ଫାଟକ କୁ ବନ୍ଦ କରିଦେଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସମସ୍ତ ଠିକା ଶ୍ରମିକ ମାନେ ଆଜି ସକାଳେ କେହି କାର୍ଯ୍ୟ କୁ ନ ଯାଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଖବର ପାଇ ସମସ୍ତ ଶ୍ରମିକ ସଂଗଠନ, ନାଲକୋ ଥାନା ଅଧିକାରିଣୀ, ନାଲକୋ ପ୍ରଶାସନ, ସୁରକ୍ଷା ଦାଇତ୍ଵରେ ଥିବା 
ଆସିଷ୍ଟାଣ୍ଟ କମାଣ୍ଡର ଅଧିକାରୀ, ଗାଳିଗୁଲଜ କରିଥିବା ସୁରକ୍ଷା କର୍ମୀ ଓ ଶ୍ରମିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା  ହେଲା ପରେ ସମାଧାନ ହୋଇଥିଲା। ଏହି ବୈଠକରେ ଏ, ବି, ସି ଓ ଜେନେରାଲ ସିଫ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ଏକ ସମୟ ନିର୍ଘଣ୍ଟ ହୋଇଥିଲା ଏ ସିଫ୍ଟ -: ୫.୩୦ ରୁ ୬ଘଟିକା ସମୟରେ ପ୍ରବେଶ କରିବେ ଓ ୧.୩୦ମି. ଛୁଟି ହେବ ଓ ଫାଟକ ମଧ୍ୟ ଖୋଲିବ, ବି ସିଫ୍ଟ :- ୨ଟା ରୁ ୨.୩୦ମି. ସମୟରେ କାର୍ଯ୍ୟରେ ଯୋଗ ଦେବେ
୯.୩୦ରେ ଫାଟକ ଖୋଲା ରହିବ, ସି ସିଫ୍ଟ :- ୧୦ଟା ରୁ ୧୦.୩୦ପର୍ଯ୍ୟନ୍ତ ଖୋଲା ରହିବ ଓ ସକାଳ ୫.୩୦ରୁ ୬ଟା ପର୍ଯ୍ୟନ୍ତ ଫାଟକ ଖୋଲା ରହିବ,  ଜେନେରାଲ ସିଫ୍ଟ ୮ଟା ରୁ 
୮.୩୦ ପର୍ଯ୍ୟନ୍ତ ଫାଟକ ଖୋଲା ରହିବ ଓ ଖାଇବା ପାଇଁ ୧୨.୩୦ରେ ଓ ଫାଟକ ୪.୩୦ଟା ରୁ ୫ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ନୋଟିସ ବୋର୍ଡରେ ଏହି ନିୟମକୁ  ଲଗାଯାଇ ଶ୍ରମିକ ମାନଙ୍କୁ ଜଣାଇ ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଶ୍ରମିକ ନେତା ତଥା ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ଅମୂଲ୍ୟ ମହାପାତ୍ର, HMSର ପ୍ରଶ୍ନ ମାହାନ୍ତି, ବାବୁଲି ସେଠି, BMSର ଅଶୋକ ଛୋଟରାୟ, ଶରତ୍ ରାଜ, କୁଲାଡ ସରପଞ୍ଚ ଶେଷଦେବ ଦେହୁରୀ, କାଣ୍ଡସର ସରପଞ୍ଚ ଦୁର୍ଯ୍ୟୋଧନ ମୁଦୁଲି ପ୍ରମୂଖ ଉପସ୍ଥିତ ଥିଲେ। କରୋନା ମୁକାବିଲା ପାଇଁ ସମ୍ପ୍ରତି ଦେଶବ୍ୟାପି ଲକ୍ଡ଼ାଉନ ଜାରି ରହିଥିବା ବେଳେ ଏଠି ସାମାଜିକ ଦୂରତ୍ୱକୁ ଭୁଲିଯାଇଛନ୍ତି। ଏଠି ଜିଲ୍ଲା ପ୍ରଶାସନ କି ପ୍ରକାର ପଦେକ୍ଷେପ ନେଉଛି ତାହା ଦେଖିବା କୁ ବାକିରହିଲା। ପୋଲିସ ବହୁ ବୁଝାସୁଝା କରିବା ପରେ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ଘଟଣାର ସମସ୍ତ ସୂଚନା ପ୍ରଦାନ କରିଛନ୍ତି ଶ୍ରମିକ ନେତା ବାବୁଲି ସେଠୀ।
  IYA NEWS ( VISIT US :- www.iyanews.com ) ( LIKE US :- www.fb.com/iyanews - IYA News )
#ସାଧାରଣ_ଜନତାର_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।