ନିଆରା ମଣିଷ ବିଜୟ, ପଶୁ ପକ୍ଷୀ ପ୍ରେମୀ ଙ୍କ ନିଆରା ପ୍ରୟାସ

ଅନୁଗୋଳ,ବନ୍ତଳା- IYA NEWS (୨୬/୦୪/୨୦୨୦)
ଆଜିର ଆଧୁନିକ ଦିନରେ ପଶୁ, ପକ୍ଷୀ ପ୍ରେମୀ ଦେଖିବା ଖୁବ ନିଆରା। ଦିନକୁ ଦିନ କଳ କାରଖାନା ପ୍ରତିଷ୍ଠା ଓ ବାୟୁ ପ୍ରଦୂଷଣ ବଢିବା ଫଳରେ ଆଉ ଗାଁ ଗଣ୍ଡାରେ ଶୁଭୁ ନାହିଁ କିଚିରି ମିଚିରି ଶବ୍ଦ, ଦେଖିବାକୁ ମିଳୁନାହିଁ ଘର ଚଟି ,ବlୟl ଚଢେଇ ର ବସା। ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲା ହମlବିରା ଗାଁର ବିଜୟ କୁମାର ଦାସ ନିଜ ଘରେ ତିଆରି କରିଛନ୍ତି ଏକ ଛୋଟ ଚିଡିଆଖାନା ସଦୃଶ। ପେସାରେ ସେ ଜଣେ ଟ୍ୟାକ୍ସି ଡ୍ରାଇଭର। ନିଶା କିନ୍ତୁ ପଶୁ ପକ୍ଷୀ ମାନଙ୍କର ଯତ୍ନ ନେବା। ସେ ଗାଡି ନେଇ ବିଭିନ୍ନ ସ୍ଥାନକୁ ଭଡାରେ ଯାଆନ୍ତି । ଯେଉଁଠି ଯେଉଁ ପକ୍ଷୀ ଦେଖନ୍ତି କିଣି ଆଣି ରଖନ୍ତି ନିଜେ ଗଢିଥିବା ଚିଡ଼ିଆଖାନାରେ। ଦୀର୍ଘ ୭ବର୍ଷ ହେବ ପ୍ରଥମେ ଗୋଟିଏ ଠେକୁଆ ଆଣି ରଖିଥିଲେ ତା ପରେ ମନରେ ଆସିଥିଲା ଅନ୍ୟ କିଛି ପକ୍ଷୀ ଆଣିବାକୁ। ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ରୁ କକଟେଲ, ଜେବ୍ରାଫିନ, ଧଳା ମୂଷା, ଗିନି ପିଗ , ରାବିଟ, ବଦ୍ରୀ,ପ୍ରେମ ପକ୍ଷୀ, ସାତ ପ୍ରକାର ମାଛ ଏବଂ ଦୁଇଟି କୁକୁର ଟମି ଓ ସନୀ।ସନୀ ଏବେ ୭ଟି ଛୁଆର ମାଆ । ଦେଶୀ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ନିଜର ବଳକା ସମୟ ଅତିବାହିତ କରନ୍ତି। ପକ୍ଷୀ ମାନେ ମଧ୍ୟ ବୁଝୁଛନ୍ତି ବିଜୟଙ୍କରମନର କଥା କିଚିରି ମିଚିରି ଶବ୍ଦରେ ଦିଅନ୍ତି ଉତ୍ତର। ଗାଡି ଧରି ଯେତେବେଳେ ବାହାରି ଳ୍ପଯାଆନ୍ତି ସେତେବେଳେ ନିଜର ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ ସେମାନଙ୍କ ଯତ୍ନ ନିଅନ୍ତି।ରାସ୍ତାରେ ଯାଉଥିବା ଲୋକମାନେ ରହିଯାଆନ୍ତି କିଛିକ୍ଷଣ। ଉପଭୋଗ କରନ୍ତି ତାଙ୍କର ତିଆରି କରିଥିବା ଚିଡ଼ିଆଖାନାକୁ।ମାସିକ ଯାହା ରୋଜଗାର କରନ୍ତି ତାଙ୍କର ଏହି ପୋଷା ପଶୁ ପକ୍ଷୀ ମାନଙ୍କ ଖାଦ୍ୟପେୟ ରେ ମାସକୁ ପାଖାପାଖି ୩୦୦୦/-ଟଙ୍କା ଖର୍ଚ୍ଚ ହୋଇଥାଏ। ବଳକା ଟଙ୍କାରେ ତାଙ୍କର ପରିବାର ସୁରୁଖୁରୁରେ ଚଳେବୋଲି କହିଛନ୍ତି ବିଜୟ।ଖାଲି ସେତିକି ନୁହେଁ ନିଜ ବାଡ଼ିରେ ଅଙ୍ଗୁର ମଧ୍ୟ ଫଳାଇ ପାରିଛନ୍ତି । ଆଗକୁ ଆହୁରି କିଛି ପକ୍ଷୀ ଆଣିବା ଲାଗି ଚିନ୍ତା କରିଛନ୍ତି।ତାଙ୍କର ଏହି ପକ୍ଷୀ ପ୍ରେମ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସତରେ ଆଜିର   ବ୍ୟସ୍ତ ବହୁଳ ଜୀବନୀ ମଧ୍ୟରେ ପଶୁ, ପକ୍ଷୀ ମାନଙ୍କ ଏହି ନିବିଡ ସମ୍ପର୍କ ଦେଖିବା ଖୁବ ନିଆରା ।
Report by- Kamdev Dehury ID-9117
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।