IYA NEWSରେ ଖବର ପ୍ରକାଶ ପାଇବା ପରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ତାଳଚେର ବସ ମାଲିକ ସଂଘ ସଭାପତି

ଅନୁଗୋଳ ( IYA NEWS, ୨୪.୦୪.୨୦୨୦ ) : - 
ଗତ କାଲି ସାମାଜିକ ଗଣ ମାଧ୍ୟମରେ ଦୃଷ୍ଟିହୀନ ବ୍ୟକ୍ତି ମାନେ ଖାଦ୍ୟ ଅଭାବରେ ଥିବା ନେଇ ସୂଚନା ପ୍ରକାଶ କରାଯାଇଥିଲା । ଏ ବିଷୟକୁ ହୃଦୟଙ୍ଗମ କରି ସାହାଯ୍ୟର ହାତ ବଢ଼ାଇଲେ ତାଳଚେର ବସ ମାଲିକ ସଙ୍ଘ ସଭାପତି ଓ ସମାଜ ସେବୀ ବାପି ମହାନ୍ତି । ଅନୁଗୋଳ ଜିଲ୍ଲା ସୁସୁଡା ଗ୍ରାମ ପଞ୍ଚାୟତ ଗୋପୀନାଥପୁର ନିକଟରେ ଏକାଧିକ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଏକ ଟ୍ରଷ୍ଟ " କେଦାର ଗୈରୀ ଭୋକେଶନାଲ ଟ୍ରେନିଂ ସେଣ୍ଟର" ତଥା ଦୃଷ୍ଟିହୀନ ଆଶ୍ରମ ଫାଉଣ୍ଡର ପ୍ରଶାନ୍ତ ବେହେରାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଅଛି । ସଭାପତି ଅରୁନ ରାଉତ ଏବଂ ସମ୍ପାଦକ ରାନୁ ପ୍ରିୟା ନାୟକଙ୍କ ସୁପ୍ରଚେଷ୍ଟାରେ ଟ୍ରଷ୍ଟ ଗଠନ କରାଯାଇଥିଲେ ମଧ୍ୟ ଉକ୍ତ ଟ୍ରଷ୍ଟ କୁ ସରକାରୀ ସହାୟତା ସାତ ସପନ । ମାତ୍ର ଉକ୍ତ ଆଶ୍ରମ ପ୍ରତି ନା ଅଛି ସରକାରୀ ସହାୟତା ନା କୌଣସି ବ୍ୟବସ୍ଥା । ଅବ୍ୟବସ୍ଥା ମଧ୍ୟରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଗରିବ ଅସହାୟ ଦୃଷ୍ଟିହିନ ବ୍ୟକ୍ତି ବିଶେଷ ଗଣ । ଭୟଙ୍କର ମହାମାରୀ କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ ଥିବା ବେଳେ ସମାଜରେ ଅସହାୟମାନେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଥିବା ବେଳେ ତାଙ୍କ ପ୍ରତି ମନ ଭାବ ନେଇ ତାଳଚେର ବସ ମାଲିକ ସଂଘର ସଭାପତି ଇଞ୍ଜିନିୟର. ଶ୍ରୀକାନ୍ତ କୁମାର ପାଣିଙ୍କ ନିର୍ଦେଶ କ୍ରମେ ତାଳଚେର ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁମନ ବେହେରା ଓ ସମାଜ ସେବୀ ବାପି ମହାନ୍ତି ପହଁଚି  ଅସହାୟ ମାନଙ୍କୁ ସହାୟତା କରିଛନ୍ତି  । ଚାଉଳ , ପନିପରିବା, ଡାଲି  ଦୃଷ୍ଟିହିନ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରିବା ସହ ଆଗାମୀ ଦିନରେ ଆବଶ୍ୟକ ବେଳେ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ସମାଜ ସେବୀ ବାପି ମହାନ୍ତି ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।