ପିଏମ କେୟାର ଫଣ୍ଡକୁ ଦାନ ସମସ୍ତ ଙ୍କର କର୍ତ୍ତବ୍ୟ ହେଉ:ସୁଦର୍ଶନ ଗୋୟେଲ ବିଜେପି ରାଜ୍ୟ କୋଷାଧ୍ୟକ୍ଷ

ଅନୁଗୋଳ/ତାଳଚେର :ତା ୨୩/୦୪/୨୦୨୦:  IYA NEWS ବିଜେପି ଅନୁଗୁଳ ଜିଲ୍ଲାର ବୈଠକରେ ଆଜି ରାଜ୍ୟ କୋଷାଧ୍ୟକ୍ଷ ତଥା ପିଏମ କେୟାର ଫଣ୍ଡ ର ରାଜ୍ୟ ସଂଯୋଜକ ସୁଦର୍ଶନ ଗୋୟେଲ ଯୋଗ ଦେଇ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚାଗ୍ରହ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ପିଏମ କେୟାର ଫଣ୍ଡରେ ସମସ୍ତ କାର୍ଯ୍ୟକର୍ତା ଦାନ କରିବା ସହ ନିଜ ନିଜ ପରିବାର, ଏବଂ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ସବୁ ବର୍ଗର ଲୋକଙ୍କୁ ଦାନ କରିବାକୁ ପ୍ରବତାଇବା କୁ ଆହ୍ୱାନ ଦେଇଥିଲେ।ଏବଂ ଦେଶର ଏଭଳି ଏକ ପରିସ୍ଥିତି ରେ ପିଏମ କେୟାର କୁ ଦାନ ରାଷ୍ଟ୍ରୀୟ କର୍ତ୍ତବ୍ୟ ହେଉ ବୋଲି ସେ ପ୍ରକାଶ କରିଥିଲେ।ପ୍ରତେକ କାର୍ଯ୍ୟକର୍ତା ଅନ୍ୟୁନ ୪୦ ଜଣ ଙ୍କ ସହ ଯୋଗାଯୋଗ କରି ଦାନ କରିବାକୁ ସେ ପ୍ରକାଶ କରିଥିଲେ।ବର୍ତ୍ତମାନ ସମସ୍ତ ବିଧାନସଭା କ୍ଷେତ୍ରରେ ଅନ୍ୟୁନ ୧୦ ହଜାର ଜଣ ଏବଂ ରାଜ୍ୟରେ୧୫ ଲକ୍ଷ ଲୋକ ଦାନ କରିବା ଲକ୍ଷ ରଖାଯାଇ ଥିବାର ସେ ପ୍ରକାଶ କରିଥିଲେ।ଅନୁଗୁଳ ଜିଲ୍ଲା ର ସମସ୍ତ ୩୧ ଟି ମଣ୍ଡଳ ର ପିଏମ କେୟାର ଫଣ୍ଡ ର ସଂଯୋଜକ ମାନେ ଉପସ୍ଥିତ ଥିଲେ।ଆଜି ର ଏହି ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରାକ୍ତନ ସାଂସଦ  ରବିନାରାୟଣ ପାଣି, ବିଧାନସଭା  କ୍ଷେତ୍ରର ନେତା ଅଶୋକ ମହାନ୍ତି,,ପ୍ରତାପ ପ୍ରଧାନ, ଭାଗିରଥି ପ୍ରଧାନ, ଅଗସ୍ତି ବେହେରା,ପିଏମ କେୟାର ଫଣ୍ଡ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଚିତ୍ତରଞ୍ଜନ ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଚୋଧୁରୀ ପ୍ରଧାନ, ପ୍ରକାଶ ମହାରଣା ଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ,ମେଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।