ଜିଲ୍ଲାରେ ଦୋକାନ ବଜାର ଖୋଲିବା ନେଇ ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି

ଅନୁଗୋଳ(IYA NEWS:25/04/2020) :
ଓଡିଶା ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ, କେବଳ ମ୍ୟୁନିସିପାଲଟି ଅଂଚଳ ବାହାରେ ଥିବା ସମସ୍ତ ଦୋକାନ ( ମଲ୍ ବ୍ୟତୀତ) ଖୋଲା ରହିବ ।ଏବଂ ଏହି ଦୋକାନ ୫୦% କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଦୋକାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବେ ଏବଂ ଦୋକାନ ଆଗରେ ସାମାଜିକ ଦୂରତ୍ୱ ବଜାୟ ରହିବ । ମ୍ୟୁନିସିପାଲିଟି ଅଞ୍ଚଳ ମଧ୍ୟରେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଖୋଲା ଯାଇଥିବା ଦୋକାନ ପୂର୍ବପରି ଖୋଲା ରହିବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଦୋକାନ ପୂର୍ବ ନିର୍ଦ୍ଧାରୀତ ସମୟ ସକାଳ ୬ ଟା ରୁ ଦିନ ୧. ୦୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିରେ ବ୍ୟତିକ୍ରମ ହେଲେ disaster management ଆକ୍ଟ, ୨୦୦୫ ର ଦଫା ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।