ଜିଲ୍ଲା ବାହାରୁ ଆସି ସଙ୍ଗରୋଧ ଶେଷ କରିଥୁବା ୧୭୯ ଜଣଙ୍କର ଘର ବାହୁଡ଼ା ,ଜିଲ୍ଲା କାର୍ଯ୍ୟାଳୟରୁ ବାହାରିଲା ୫ଟି ବସ ।

ଅନୁଗୋଳ(IYA NEWS:28/04/2020):
କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୨ ତାରିଖ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ଲକଡାଉନ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦେଶ ବ୍ୟାପି ତାଲା ବନ୍ଦ ଘୋଷଣା କରାଯାଇଥିଲା ଯାହାକି ୨ଟି ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ କଟକଣାକୁ ନମାନି ଅନ୍ୟ ଜିଲ୍ଲା ଯଥା- ସୁନ୍ଦରଗଡ, ଦେବଗଡ,କେଉଁଝର ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରୁ ୧୭୯ ଜଣ ବିଭିନ୍ନ କାର୍ଯ୍ୟରେ ଆସି ପର୍ଯ୍ୟାୟକ୍ରମେ ସଙ୍ଗରୋଧରେ ରହିଥିଲେ । ପଞ୍ଚାୟତ ଗୁଡିକରେ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟପେୟ ଯୋଗାଇ ଦେବା ସହ ଶୌଚାଳୟ,ବିଦ୍ୟୁତ୍ ସେବା ଓ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯାଉଥିଲା।ସଙ୍ଗରୋଧରେ ଯେଉଁମାନେ ୧୪ ଦିନ ସଫଳତାର ସହିତ ଶେଷକରିଛନ୍ତି ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ବସ୍ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଉଛି । ସୁନ୍ଦରଗଡ ପାଇଁ ୨ଟି ବସ ପାଲଲହଡା,ବଅଁରପାଳ ଓ କଣିହାଁ ବ୍ଲକ୍‌ରେ ସଂଗରୋଧ ଶେଷ କରିବା ୬୯ ଜଣ, ଦେବଗଡ ପାଇଁ ୨ଟି ବସରେ ପାଳଲହଡା,ବଅଁରପାଳ ଓ କଣିହାଁ ବ୍ଲକର ୬୮ ଜଣ ଓ କେଉଁଝର ପାଇଁ ଗୋଟିଏ ବସରେ ବଅଁରପାଳ,ପାଲଲହଡା ଓ କିଶୋରନଗରର ୪୨ ଜଣକୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଉଛି । କଳାହାଣ୍ଡି ଜିଲ୍ଲାର ଲୋକମାନେ ସଂଗରୋଧ ସମାପ୍ତ କରିବା ପରେ ସେମାନଙ୍କୁ ୨ୟ ପର୍ଯ୍ୟାୟରେ ନିଜ ଜିଲ୍ଲାକୁ ପଠାଇଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ବାହାର ଜିଲ୍ଲାକୁ ଲୋକମାନଙ୍କୁ ପଠାଇବା ନିମନ୍ତେ ଅନୁଗୋଳ ଅାଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ଭୋଇ ଆବଶ୍ୟକ ବସର ବ୍ୟବସ୍ଥା କରିଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।