ନିଅାରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଅାଠମଲ୍ଲିକ ବିଧାୟକ ।

ଅାଠମଲ୍ଲିକ(IYA NEWS:30/04/2020):
ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ସାଏ ତାଙ୍କର ୫୬ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ବିଧାୟକ ଶ୍ରୀଯୁକ୍ତ ସାଏ ଘରେ ରହି ନିରାଡମ୍ବର ଭାବେ ଜନ୍ମଦିନ ପାଳନ କରିବା ସହ ଆଜି ମଧ୍ୟାହ୍ନରେ ଅାଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ରୋଗୀ ମାନଙ୍କୁ ଭେଟିଥିଲେ ।ବିଧାୟକଙ୍କ କହିବାନୁଯାଇ ରୋଗୀ ମାନଙ୍କୁ ଭେଟିବା ସହ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ କଥା ବୁଝିଥିଲେ । ତାହାସହ କରୋନାକୁ କିପରି ପ୍ରତିହତ କରିପାରିବା ସେଥିପ୍ରତି ମଧ୍ୟ ରୋଗୀ ମାନଙ୍କୁ ବୁଝାଇଥିଲେ । ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପରିଧାନ କରିବା ଓ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ଭଲ ଭାବରେ ଧୋଇବ‍ା । ଅାମର ଏ ସତର୍କତା ଅାମକୁ କରୋନା ମହାମାରୀ କବଳରୁ ବଞ୍ଚାଇପାରିବ ବୋଲି କହିଥିଲେ ।ରୋଗୀ ମାନଙ୍କୁ ଭେଟିବାବେଳେ ବିଧାୟକଙ୍କ ଧର୍ମପତ୍ନୀ ଲୀନା ସାଏଙ୍କ ସହ ଅାଠମଲ୍ଲିକ ଉପଖଣ୍ଡ ଉପଜିଲ୍ଲ‍ାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଓ ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।