କରୋନା ଯୁଦ୍ଧରୁ ମିଳୁନି ସମୟ : ବାହାଘର ଘୁଞ୍ଚାଇଦେଲେ ମହିଳ‍ା ପୋଲିସ ଅଧିକାରୀ,ପ୍ରଶଂସା କଲେ ଡି.ଜି.ପି

ଅାଠମଲ୍ଲିକ(IYA NEWS:24/04/2020):

ତିନି ଦିନ ପରେ ପ୍ରତୀକ୍ଷାର ଅନ୍ତ ଘଟିଥାନ୍ତା । ଅାଉ ୩ଦିନପରେ ହୋଇଥାନ୍ତା ବାହାଘର ।ହେଲେ ବିଶ୍ୱ ମହାମାରୀ କରୋନା ଯୋଗୁଁ ସବୁ ହୋଇଯାଇଛି ଓଲଟପାଲଟ । ତେବେ ନିଜ ବ୍ୟକ୍ତିଗତ କାର୍ଯ୍ୟ ଅାଉ ଅନ୍ୟଟି ଦେଶ ସେବା ମଧ୍ୟରୁ ଦ୍ୱିତୀୟଟିକୁ ବାଛିଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ । ନିଜ ବିବାହକୁ ଘୁଞ୍ଚାଇ ଉଦାହରଣ ସାଜିଛନ୍ତି । ଏହି ମହିଳା ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନାର ସବ ଇନ୍ସିପେକ୍ଟର ଦେବଯାନୀ ଛତର ।

ତାଙ୍କ ଘର ବରଗଡ ଜିଲ୍ଲା ସୋହେଲା ଅଞ୍ଚଳରେ । ୨୦୧୭ ବ୍ୟାଚ ଏସ.ଆଇ. ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ।ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ତାଙ୍କ ବାହାଘରକୁ ସେ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିଲେ ।ଦେଶ ପାଇଁ କର୍ତ୍ତବ୍ୟ ଆଗ ଅନ୍ୟ କାମ ସବୁ ପଛେ ବୋଲି ଦେବଯାନୀ କହିବା ସହ ଦେଶରୁ ମହାମାରୀ କରୋନା ସମସ୍ୟା ବିଦା ହେବା ପରେ ହିଁ ବାହାଘର ହେବ ବୋଲି କହିଛନ୍ତି । ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ରାଜ୍ୟ ପୋଲିସ ମହାନିର୍ଦେଶକ ମଧ୍ୟ ପ୍ରଶଂସା କରିଛନ୍ତି । ପୋଲିସ ମହାନିର୍ଦେଶକ ଅଭୟ ଟ୍ଵିଟ କରି କହିଛନ୍ତିଯେ ମୁଁ ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ଜିଲ୍ଲା ଅାରକ୍ଷୀ ଅଧିକ୍ଷକଙ୍କ ଠାରୁ ବାହାଘର କଥା ଜାଣିବାକୁ ପାଇଥିଲି ଓ ଦେବଯାନୀଙ୍କ ଭବିଷ୍ୟତ ଉଜ୍ଵଳ କାମନା କରୁଛି ।

*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।