କରୋନା ବେଳେ ବନ ବିଭାଗ ସାଜିଲା କାଠ ମାଫିଆ ।ବନକର୍ମଚାରୀଙ୍କ ବୟାନରେ ରହୁନି ତାଳମେଳ ।

ଅନୁଗୋଳ(IYA NEWS:29:04/202020:
କରୋନା ପାଇଁ ଜିଲ୍ଲାରେ ଲକଡାଉନ ପରିସ୍ଥିତିରେ ସାତକୋଶିଆ ବନଖଣ୍ଡରେ ଅବାଧ ଗଛ କଟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଖୋଦ ବନ ବିଭାଗ ନିଜର ଏକ ବିଟ ହାଉସ ନିର୍ମାଣ ପାଇଁ ଶହ ଶହ ମୂଲ୍ୟବାନ ଗଛକୁ କାଟି ପକାଇଥିବା ଅଭିଯୋଗ ପରେ ବିବାଦ ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ପମ୍ପାସର ବନାଞ୍ଚଳର ହିଞ୍ଜ‍ଡୋଲି ଠାରେ ଏକ ବିଟ ହାଉସ ନିର୍ମାଣ ଚାଲିଛି । ସରକାରୀ ଏଷ୍ଟିମେଣ୍ଟ ଅନୁଯାୟୀ ବିଭାଗୀୟ କର୍ମଚାରୀ ଏହି ଘର ନିର୍ମାଣ କରୁଥିଲେ ମଧ୍ୟ ସମସ୍ତ ଆବଶ୍ୟକ ଜିନିଷ ପତ୍ର ପାଇଁ ସରକାରୀ ମୁଲ୍ୟ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଘରର ଛାତ ପଡିବା ପାଇଁ ଆବଶ୍ୟକ ସେଟରିଙ୍ଗ୍ ନିମନ୍ତେ ବିଭାଗୀୟ ଜଗୁଆଳି ମାନଙ୍କ ଦ୍ଵାରା ଶହ ଶହ ଶାଳ ଏବଂ ମୁଲ୍ୟବାନ ଗଛ କାଟି ଦିଆଯାଇଛି । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀ ମାନଙ୍କ ବୟାନ ପରିସ୍ଥିତିକୁ ଗୋଳମାଳିଆ କରିଦେଇଛି ।ପ୍ରଥମେ ଏହିସବୁ କାଠକୁ ଜବତ କାଠ କହିବା ପରେ ଧରା ପଡ଼ିଯିବା ଭୟରେ କଥା ବଦଳାଇ ଭୁଲ ବଶତଃ ବାଉଁଶ ବଦଳରେ ଜଗୁଆଳି ମାନେ କାଠ କାଟିଦେଇଥିବା କମୁରୀ ବନପାଳ ଙ୍କ ସଫେଇ ଦେଇଛନ୍ତି ।ଏପରି ବୟାନ ଦେବାର କିଛି ସମୟ ପରେ ଗଣ ମାଧ୍ୟମ ଆଗରେ ଜଙ୍ଗଲ ବିଭାଗ ନିଜ ଘର ପାଇଁ ଜଙ୍ଗଲରୁ କାଠ କାଟି କିଛି ଭୁଲ କରି ନଥିବା ଦେଇଥିବା ବୟାନବାଜୀ ଏବେ ଚର୍ଚ୍ଚାରେ ରହିଛି । ପ୍ରକାଶ ଥାଉକି ସାତକୋଶିଆ ଅଭୟାରଣ୍ୟରେ ଶୁଖିଲା ପତ୍ର ଟିଏ ମଧ୍ୟ ଛୁଇଁବାକୁ ସୁପ୍ରିମ କୋର୍ଟର ନିଷେଦ୍ଧାଦେଶ ରହିଥିବା ବେଳେ କାହା ନିର୍ଦ୍ଦେଶରେ ପମ୍ପାସର ବନାଞ୍ଚଳ ଅଧିକାରୀ ଏବଂ କୁମୁରି ବନପାଳ ଏପରି ସାହସ କରିଛନ୍ତି ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।ଜଙ୍ଗଲରୁ ଜାଳେଣି ପାଇଁ ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିବାସୀ ଭୁଲବଶତଃ ଶୁଖିଲା କାଠ କାଟିଲେ ସେମାନଙ୍କୁ ବାନ୍ଧି ଆଣି ଜେଲ ପଠାଇ ଦିଆଯାଉଥିବା ବେଳେ ବନ ବିଭାଗ ବ୍ୟବସାୟୀକ ଉଦ୍ଦେଶ୍ୟରେ କିପରି ଶହ ଶହ କାଠ କାଟିଲେ ସେ ନେଇ ଅସନ୍ତୋଷ ଦେଖା ଦେଇଛି । ଏ ସଂପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ପି ରାମାସ୍ୱାମୀ ପ୍ରଥମେ ନିଜ କର୍ମଚାରୀଙ୍କ କଥାକୁ ସମର୍ଥନ କରି ଜବତ କାଠ କହିଥିଲେ ମଧ୍ୟ ପରେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ଘଟଣା ସଂପର୍କରେ ପମ୍ପାସର ବନାଞ୍ଚଳ ଅଧିକାରିଣୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଗଣ ମାଧ୍ୟମର ଫୋନ ଉଠାଇ ନଥିଲେ । ଅପରନ୍ତୁ ମଙ୍ଗଳବାର ଘଟଣା ସଂପର୍କରେ ଗଣ ମାଧ୍ୟମ ପ୍ରତିନିଧିମାନେ ଖୋଳତାଡ ଖବର ପାଇବା ପରେ ରାତିଅଧରେ ହିଞ୍ଜାଡୋଲି ଫାଟକ ପାଖରେ ପହଞ୍ଚିବା ଘଟଣା ସାଧାରଣରେ ସନ୍ଦେହ ସୁଷ୍ଟି କରିଥିଲା । ପ୍ରକାଶ ଯୋଗ୍ୟକି ବନ ବିଭାଗର ଅଧିକାରୀ ମାନଙ୍କ ଏହିପରି କାର୍ଯ୍ୟକଳାପ ଯୋଗୁଁ ଅସନ୍ତୁଷ୍ଟ ସ୍ଥାନୀୟ ଅଧିବାସୀଙ୍କ ବିରୋଧାଭାସ ଯୋଗୁ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା କୁ ଏବେ ସ୍ଥଗିତ ରଖାଯାଇଛି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।