କରୋନା ଲଢେଇ ପରିପ୍ରେକ୍ଷୀରେ ଅାଠମଲ୍ଲିକ ବିଧାୟକଙ୍କ ବାର୍ତ୍ତା ।

ଅାଠମଲ୍ଲିକ(IYA NEWS:30/04/2020):
 ଅାଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଇ ଓ ଭଉଣୀ ମାନେ କୋଭିଡ -୧୯ ର ମୁକାବିଲା ପାଇଁ ଅାପଣମାନଙ୍କ ସହଯୋଗ ଓ ସତର୍କତ‍ା ହିଁ ସଫଳତା ଅାଣିଦେଇଛି ବୋଲି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି । ଏଥିସହ ବିଧାୟକ କହିଛନ୍ତିଯେ ଫଳସ୍ୱରୂପ ଅାମ ଅନୁଗୋଳ ଜିଲ୍ଲାରେ ଏଯାବତ କୌଣସି କରୋନ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରିନାହାନ୍ତି ।ଏହା ଅତ୍ୟନ୍ତ ଖୁସିର କଥା । ତଥାପି ବିପଦ ଅାମ ଚାରିପଟେ ଛାଇପରି ଲାଗି ରହିଛି । ଏଣୁ ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପରିଧାନ କରିବା ଓ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ଭଲ ଭାବରେ ଧୋଇବ‍ା । ଅାମର ଏ ସତର୍କତା ଅାମକୁ କରୋନା ମହାମାରୀ କବଳରୁ ବଞ୍ଚାଇପାରିବ ।ତାହାସହ ଜିଲ୍ଲାପ୍ରଶାସନ ପକ୍ଷରୁ ନିଅାଯାଇଥିବା ବିଭିନ୍ନ ପଦକ୍ଷେପ ଉଚିତ ମନେ କରି ମାନିବା ଓ ଅାବଶ୍ୟକ ସାମଗ୍ରୀ କିଣିବାକୁ ହେଉ କିମ୍ବା କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ ସଦସର୍ବଦା ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ।  ତେବେ ଅାସନ୍ତୁ ଅାମେ ସରକାରଙ୍କ ସମସ୍ତ ସତର୍କତା ଓ ନିୟମକୁ ମାନି ଚଳିବା। ଅାମର ଏ ସଂକଳ୍ପ ଦ୍ୱାରା କରୋନା ହାରିବ ଓ ଅାମେ ଜିତିବା । ନିଜ ଜୀବନ କୁ ବାଜି ଲଗାଇ କରୋନା କବଳରୁ ଅାମକୁ ସୁରକ୍ଷା ଦେଉଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସମାଜସେବୀ, ସାମ୍ବାଦିକ, ପ୍ରଶାସନ ତଥା ଏଥିରେ ସାମିଲ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଉଛି । ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ ବୋଲି ଶେଷରେ ଜିଲ୍ଲାବାସୀଙ୍କୁ କହିଛନ୍ତି ବିଧାୟକ ।
Report By :- Bhaktiprasad Pradhan* 
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।