ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଗିରଫ ।

ଅନୁଗୋଳ ( IYA NEWS, ୨୪.୦୪.୨୦୨୦ ) : - 
ଅନୁଗୋଳ ସହର ନିକଟରେ ଥିବା କରଡାଗାଡିଆର ଠାରେ ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଟିମ ଚଢାଉ କରି ପ୍ରଚୁର ପରିମାଣରେ ମଦ ଜବତ କରିଛି । ଲକଡାଉନ ସମୟରେ ଆଇନକୁ ଉଲଂଘନ କରି ମଦ ବେପାର  କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସହ ୪୩ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ମହାମାରୀ ପାଇଁ ସରକାର ମଦ ପ୍ରସ୍ତୁତ ଓ ବିକ୍ରି ଉପରେ କଟକଣା କରାଯାଇଅଛି । ଉକ୍ତ ନିୟମକୁ ନମାନି ଅନୁଗୋଳ କରଡାଗାଡିଆ ପାଖ ମଦ ଭାଟିରେ ବେଆଇନ ଭାବେ ମଦ ତିଆରି କରି ବେପାର କରାଯାଉଥିବା ସୂଚନା ମିଳିଥିଲା। ବିଶେଷ ସୂତ୍ରରୁ ଅନୁଗୋଳ ପୋଲିସ ଆଜି ସକାଳ ୩ ଟା ବେଳେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ,  ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ  ଚଢାଉ କରିଥିଲେ । ଚଢାଉ ବେଳେ ସେଠାରୁ ୪୪୪୦ ଲିଟର ଦେଶୀ ମଦ , ୬ ହଜାର ଲିଟର ପୋଚ ଜବତ କରିଥିଲା । ଏହା ସହ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ସେଠାରେ ଥିବା କର୍ମଚାରୀ ଏବଂ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୮ ଟି ମୋଟରସାଇକେଲ , ୨୧ ଟି ମୋବାଇଲ, ଗୋଟିଏ ଅଟୋ ଏବଂ ଗୋଟିଏ ଫୋର୍ଡ ଏଣ୍ଡଭର ଗାଡି ଜବତ କରିଥିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।