ପବିତ୍ର ବୈଶାଖ ଶୁକ୍ଳ ପଞ୍ଚମୀ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ।
ଅନୁଗୋଳ(IYA NEWS:29/04/2020):
ପୂଜ୍ଯ ପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ଯ ଆଦିତ୍ୟ ବାହିନୀ ମାଧ୍ୟମ ରେ ଅନୁଗୋଳ ଶାଖା ଓ ଡ୍ରିମ୍ ଫାଉଣ୍ଡେସନ ସହଯୋଗ ରେ ଖାଦ୍ୟ ସାମାଗ୍ରୀ ପ୍ରଦାନ କରାଯାଇଛି ।ମହାମାରୀ କରୋନା କାରଣ ରୁ ସାରା ଦେଶରେ ଲକ୍ ଡାଉନ ହୋଇଥିବାରୁ ଏଭଳି ଦୁଃଖଦ ପରିସ୍ଥିତି ରେ ଗ୍ରାମାଞ୍ଚଳରେ ଥିବା ମନ୍ଦିରର ପୂଜକ ଓ କର୍ମ କାଣ୍ଡ କରୁଥିବା ବ୍ରାହ୍ମଣ ମାନେ ବହୁତ୍ କଷ୍ଟ ରେ ଜୀବନ୍ ଯାପନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ଯ ସରକାର ବ୍ରାହ୍ମଣ ମାନଙ୍କୁ ସହଯୋଗ କରିବା ପାଇଁ ଆଦିତ୍ୟ ବାହିନୀ ର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଶଙ୍କରାଚାର୍ଯ୍ୟ ଜୟନ୍ତୀ ଅବସରରେ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ନିବେଦନ କରିଅଛନ୍ତି । ଶଙ୍କରାଚାର୍ଯ୍ୟ ଜୟନ୍ତୀ ଅବସରରେ ଆଦିତ୍ୟ ବାହିନୀ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱ ରେ ଡ୍ରିମ୍ ଫାଉଣ୍ଡେସନ ଅନୁଗୋଳ ଓ ଆଦିତ୍ୟ ବାହିନୀ ଅନୁଗୋଳ ଶାଖା ସହାୟତା ରେ ସାଧୁ, ସନ୍ଥ, ମନ୍ଦିର ପୂଜକ, କର୍ମ କାଣ୍ଡ ବ୍ରାହ୍ମଣ ମାନଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚିବା ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ପଣ୍ଡିତ ରୋହିତ ଦାଶ, ମାତୃ ପ୍ରସାଦ ମିଶ୍ର, ଆଦିତ୍ୟ ବାହିନୀ ରାଜ୍ଯ ସହ ସମ୍ପାଦକ ପ୍ରତାପ ଭାରତୀ ଙ୍କ ସହିତ ଅନୁଗୋଳ ଜିଲ୍ଲା ଆଦିତ୍ୟ ବାହିନୀର ବିଜୟ କୁମାର ତ୍ରିପାଠୀ, ବାସୁଦେବ ହୋତା, ପର୍ଶୁରାମ ଦାଶ, କିଶୋର କୁମାର ସାହୁ, ମାନସ ରଞ୍ଜନ ମିଶ୍ର, ପଦ୍ମ ଚରଣ ପ୍ରଧାନ, ଗଦାଧର ପ୍ରଧାନ, ଶୋଭକାନ୍ତ ଦାସ, ସାଗର ସୌଭାଗ୍ୟ ପ୍ରଧାନ, ଜୟଚନ୍ଦ୍ର ସିଂ, ଦୁଷ୍ମନ୍ତ ବେହେରା, ଅଜିତ କୁମାର ସିଂ,ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ବେଳେ ସୌରୀ ରଞ୍ଜନ ପଣ୍ଡା ଉକ୍ତ ପବିତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରକାଶ ଥାଉ କି ପବିତ୍ର କାର୍ଯ୍ୟକ୍ରମ ଆଦିତ୍ୟ ବାହିନୀ ଓଡ଼ିଶା ରାଜ୍ୟ ତରଫରୁ ବିଭିନ୍ନ ଜିଲ୍ଲା ରେ କରାଯାଇଅଛି ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35
Comments
Post a Comment