ନବଦମ୍ପତି ପିଏମ୍‌ ଓ ସିଏମ୍‌ ପାଣ୍ଠିକୁ ଦାନ

ଅନୁଗୋଳ ( IYA NEWS, ୨୭.୦୪.୨୦୨୦ ) : - ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନଥିଲା । ମାତ୍ର ୮/୧୦ ଜଣ ଲୋକଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । କରୋନା କଟକଣା ଯୋଗୁଁ ନିରାଡ଼ମ୍ବରେ ହୋଇଛି ବାହାଘର । ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ ରିତିନିତି ଅନୁଯାୟୀ କରିଛନ୍ତି । ପ୍ରପ୍ତ ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ନତଡା ଗାଁର ପାଣ୍ଡବ ବେହେରାଙ୍କ ପୁଅ ପ୍ରବେଶ ବେହେରାଙ୍କ ସହ ବଅଁରପାଳ ବ୍ଲକ ତଳମୂଳ ଗାଁର ବାଉରୀ ମୁଦୁଲିଙ୍କ ଝିଅ ସୋନାଲି ମୁଦୁଲିଙ୍କ ସହିତ ଆଜି ହାତ ଗଣ୍ଠି ପଡ଼ିଛି । ଏପ୍ରିଲ ୧୫ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଯୋଗୁଁ ଚିନ୍ତାରେ ପଡ଼ିଯାଇଥିଲେ ଉଭୟ ପରିବାର । ଆଗକୁ ଭଲ ସମୟ ନଥିବାରୁ ଶେଷରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଉଭୟ ପରିବାର ହୋଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଆଜି ବର-କନ୍ୟା ଉଭୟ ପରିବାର ସଦସ୍ୟ, ବ୍ରାହ୍ମଣ ଓ ବାରିକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । ନବଦମ୍ପତି ଉଭୟରେ  ପ୍ରଧାନମନ୍ତ୍ରୀ    ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୦ ହଜାର ଟଙ୍କା କରୋନା ମହାମାରୀ ସହାୟତା ପାଇଁ ଅର୍ଥରାଶି ଦାନ କରିଛନ୍ତି ।

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।