ନାଲକୋ ଥାନାଧିକାରିଣୀଙ୍କୁ କରୋନା ଯୁଦ୍ଧର ଯୋଦ୍ଧା ରୂପେ ସମ୍ମାନୀତ କଲେ ସ୍ବେଚ୍ଛାସେବୀ ।

ଅନୁଗୋଳ ( IYA NEWS, ୨୮.୦୪.୨୦୨୦ ) : - 
ନାଲକୋ କର୍ମଚାରୀ ବହୁ ମୁଖି ସମବାୟ ସମିତିର ସଭାପତି ତଥା ନାଲକୋ କର୍ମଚାରୀ ମୁନା ସାମଲଙ୍କ ତତ୍ୱବାଧାନରେ ଗିରାଙ୍ଗ ଅଞ୍ଚଳରୁ ସ୍ୱେଚ୍ଛାସେବୀ, ସମାଜ ସେବୀ ଆଜି ସନ୍ଧ୍ୟାରେ ନାଲକୋ ଥାନା ପରିସରରେ ଥାନାଧିକାରୀ ସରୋଜିନୀ ସାମାଡ଼ଙ୍କୁ କରୋନା ଯୁଦ୍ଧର ମୁଖ୍ୟ ଯୋଦ୍ଧା ଭାବେ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ନିର୍ବାହ କରୁଥିବା ନେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଶିକ୍ଷୟତ୍ରୀ ସସ୍ମିତା ରାୟ ଦୀପ ଓ ଅକ୍ଷତ ସହ ବନ୍ଦାପନା କରିଥିଲେ । ମୁନା ସାମଲ ଉତ୍ତରୀୟ ଦେଇ ଥାନା ଅଧିକାରିଣୀଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଥାନାର ଏଏସଆଇ ତଥା କରୋନା ଯୁଦ୍ଧା ବ୍ରହ୍ମାନନ୍ଦ ସାହୁ, ପୁଷ୍ପା ଶୁଣ୍ଢି, ଏଏସଆଇ ଜଗନ୍ନାଥ ପଟ୍ଟନାୟକ, କର୍ମଚାରୀ ମଦନ ପ୍ରଧାନ, ମମତା ନାଏକ, ଟୁନା ପ୍ରଧାନ ଆଦି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ବେଚ୍ଛାସେବୀ ଦୁଃଖବନ୍ଧୁ ଗଡ଼ନାୟକ,   ଦୁଃଶାସନ ସାମଲ, ନାଲକୋ କର୍ମଚାରୀ ପ୍ରକାଶ ବେହେରା, ଶିବରାମ ସେଠୀ, ଗୋପାଳ ମଲ୍ଲିକ ,  ପାର୍ଥ ମିଶ୍ର, ଦୟାନିଧି ସାମଲ, ହାଡ଼ିବନ୍ଧୁ ସାମଲ, ପ୍ରଭାସ ସାମଲ ଙ୍କ ମିଳିତ ଉଦ୍ୟମରେ କରୋନା ସଂକ୍ରମଣକୁ କଡା ମୁକାବିଲା କରୁଥିବା କ୍ଷେତ୍ରରେ  କରୋନା ଯୁଦ୍ଧାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Report By : - Nipu Bhutia, IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।