ଅନୁଗୋଳ ଜିଲ୍ଲାରେ ସପ୍ତାହର ସବୁଦିନେ ଏବେ ଖୋଲିବ ଏହି ସବୁ ଦୋକାନ ।

ଅନୁଗୋଳ(IYA NEWS:27/04/2020)
ସମ୍ପ୍ରତି କରୋନା ଭୂତାଣୁ (COVID-19) ଭଳି ମହାମାରୀର ବ୍ୟାପିବାକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ଫଳପ୍ରଦ ପଦକ୍ଷେପ ନିଆଯାଇଅଛି । ଲୋକ ମାନଙ୍କର ଆବଶ୍ୟକତା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କେତେଗୁଡ଼ିଏ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଉପରେ ଲାଗିଥିବା କଟକଣାକୁ କୋହଳ କରିଛନ୍ତି । ପ୍ରକାଶ ଥାଉକି, ଚଳିତ ମାସ ୨୧ ଲ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯଥା ବହି ଦୋକାନ, ହାର୍ଡ଼ଓୟାର ଓ ସାନିଟାରୀ ଦୋକାନ ଓ ଇଲେକ୍ଟ୍ରିକାଲ୍ସ ଦୋକାନ (ଲାଇଟ, ଫ୍ୟାନ୍ ଓ ବିଦ୍ୟୁତ ଉପକରଣ) ସପ୍ତାହରେ ଦୁଇ ଦିନ ଲେଖାଁଏ ଖୋଲା ରହୁଥିଲା । ଆଜିର ପରିବର୍ତ୍ତିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ଦୋକାନ ଗୁଡିକ ସପ୍ତାହର ସବୁଦିନେ ଖୋଲିବ। ଏହା ଛଡ଼ା ମ୍ୟୁନିସିପାଲିଟି ଅଞ୍ଚଳ ବହାରେଥିବା ସମସ୍ତ ଦୋକାନ ଖୋଲା ରହିବା ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଚଳିତ ମାସ ୨୫ ତାରିଖରେ ଜାରି କରାଯାଇଥିଲା । ସେଥି ମଧ୍ୟରୁ ମଲ୍, ଚା, କଫି ଦୋକାନ, ବିଉଟି ପାର୍ଲର, ସେଲୁନ୍, ଜିମ୍, ଫାଷ୍ଟ ଫୁଡ୍, ପାନ ଓ ଗୁଟଖା ଏବଂ ଅନ୍ୟ ଖାଦ୍ୟ ଦୋକାନ ଯେଉଁଠି ଛାପ ପଡ଼ିବାର ସମ୍ଭାବନା ରହିଛି ସେଗୁଡ଼ିକ ଖୋଲାଯିବ ନାହିଁ । ଖୋଲାଯିବା ପାଇଁ ଅନୁମତି ପ୍ରାପ୍ତ ସବୁ ଦୋକାନ 50% କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ । ଦୋକାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଦେକାନ ସହିତ ଉପରୋକ୍ତ ଅନୁମତି ପ୍ରାପ୍ତ ଦୋକାନ ଗୁଡ଼ିକ ପୂର୍ବଭଳି ସକାଳ ୬ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ।ଉପରୋକ୍ତ ନିୟମାବଳୀର ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଧାରା ୫୧ ରୁ ୬୯ , COVID-19 Regulation ୨୦୨୦ ଓ ଭାରତୀୟ ପିଙ୍ଗଳ କୋଡ଼୍ ଧାରା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।