ବିଜୁ ଯୁବ ଜନତା ଦଳ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ।

ଅନୁଗୋଳ(IYA NEWS:24/04/2020):
ଅନୁଗୋଳ ଜିଲ୍ଲା ସୁଶୁଡା ପଞ୍ଚାୟତର ଆଙ୍କୁଲା ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ବିଜୁ ଯୁବ ଜନତା ଦଳ ତରଫରୁ ୫୦ କେ.ଜି ଚାଉଳ, ୫ କେ.ଜି ଡାଲି ,ଅତ୍ୟାବଶ୍ୟକସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗେଇ ଦିଆଯାଇଛି।ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଦୀନେଶ ପ୍ରଧାନ ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତିରେ ସମସ୍ତ ଅନ୍ତେବାସୀଙ୍କ ସହିତ ଆଲୋଚନା କରି , ଲକ ଡାଉନ୍ ସମାପ୍ତ ହେବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳ ଦ୍ବାରା ଯଥା ସମ୍ଭବ ସହଯୋଗ ଜାରୀ ରଖିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ଯୁବ ବିଜେଡି ସାଧାରଣ ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ,ସପେନ୍ଦ୍ର ସାହୁ,ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ |
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।