କରୋନା ପାଇଁ ଗାଁ ସିଲ୍ କଲେ ମାଁ ମାଉଳୀ ଯୁବକ ସଂଘ ସଦସ୍ୟ ।

ଅାଠମଲ୍ଲିକ(IYA NEWS:27/03/2020):
ସାମାଜିକ ଦୁରତ୍ୱ ଅଭାବରୁ ଦେଶ ବିଦେଶରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କିଛି ଅମାନିଆ ଲୋକେ । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ ଡାଉନ ଘୋଷଣା ହେବାପରେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ବେଲାଦୁଲା  ଗାଁର ମାଁ ମାଉଳୀ ଯୁବକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ଗାଁକୁ ଲକ୍ ଡାଉନ୍ କରିବାର ଜିମା ହାତକୁ ନିଆଯାଇଛି  । କିଛି ଲୋକ କାମ ନଥିଲେ ବି ଗାଁ ରେ ମୋଟର ସାଇକେଇ ଧରି ବୁଲୁଥିବା ବେଳେ କିଛି ମେଳି ହୋଇ ବସୁଥିଲେ  । ଏଭଳି ସ୍ଥିତିରେ ମାଁ ମାଉଳୀ ଯୁବକ ସଂଘ ତରଫରୁ ଆମ ଗାଁକୁ ଆମେ ନିଜେ ଜଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗାଁ ମୁଣ୍ଡରେ ଜଗି ରହିଛନ୍ତି କିଛି ଯୁବକ ।
ଗାଁ ଭିରତକୁ ଯିବା ଆସିବା ଲୋକମାନଙ୍କୁ ଡେଟଲ ପାଣିରେ ଧୋଇ ହୋଇ ଗାଁ ଭିତରକୁ ଛଡା ଯାଉଛି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି । ସନ୍ଦେହ ଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା । ଏହି କାର୍ଯ୍ୟକ୍ରମ ଲକଡାଉନ ପର୍ଯ୍ୟନ୍ତ ରହିବ ବୋଲି ମାଁ ମାଉଳୀ ଯୁବକ ସଂଘ ସଦସ୍ୟ ପ୍ରତାପ ମେହେର କହିଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।