କୂଅରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ।

ଅାଠମଲ୍ଲିକ(IYA NEWS:31/03/2020):
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମାମୁରିଝରଣ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଅାଜି ସାନହୁଲା ପଞ୍ଚାୟତ ଜୟପୁର ଗ୍ରାମର ମୋହନ ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏ ସଂକ୍ରାନ୍ତରେ ଠାକୁରଗଡ ପୋଲିସ ନଂ. ୬/୨୦ରେ ମାମଲା ରୁଜୁ କରିଛି ।ସୂଚନାନୁସାରେ ମୋହନ ତାଙ୍କ ଭିଣୋଇଙ୍କ ଘର ମାମୁରିଝରଣ ଗ୍ରାମରେ କିଛି ଦିନ ପୂର୍ବରୁ ଆସି ଶ୍ରମିକ ଭାବେ କାମ କରୁଥିଲେ। ସେହି ଗ୍ରାମର ଏକ ପରିତ୍ୟକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଟାପଢୋଲ ଫାଣ୍ଡି ଅଧିକାରୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।