କରୋନାକୁ ରୋକିବାକୁ ଉପଖଣ୍ଡ ପ୍ରଶାସନର ତତ୍ପରତା । ଅାଠମଲ୍ଲିକ ଉପଜିଲ୍ଲାପାଳଙ୍କ ସହ ବ୍ଲକ ପ୍ରଶାସନର ବିଭିନ୍ନ ଅଞ୍ଚଳ ଗସ୍ତ ।

କିଶୋରନଗର(IYA NEWS:27/03/2020):
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କର ଲକ୍ ଡାଉନ ନିୟମକୁ କଡାକଡି ପାଳନ କରିବାକୁ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟି ରାସନ୍ ସାମଗ୍ରୀ ପାଇଁ ଯେଭଳି ହଇରାଣ ହରକତ ନହୁଅନ୍ତି ସେଥି ପାଇଁ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ବାଳ ଗୁରୁବାର କିଶୋରନଗର ବ୍ଲକକୁ ଗସ୍ତ କରି କରୋନା ଭୂତାଣୁ ସଂକ୍ରମଣର ଲକ ଡାଉନ ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ଉପଜିଲାପାଳ କିଶୋରନଗର ବ୍ଲକ ସଦର ମହକୁମା ଓ ବାମୁର ପ୍ରଭୃତି ଛକ ଓ ବଜାର ଅଞ୍ଚଳରେ ଖୋଲାଥିବା ତେଜରାତି ଦୋକାନକୁ ଯାଇ ନାକାବନ୍ଦୀ ପରିସ୍ଥିତିରେ ଠିକ୍ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଣ, ଜିନିଷ କିଣାବିକା ସମୟରେ ସାମାଜିକ ଦୁରତ୍ୱ ବଜାୟ ରଖିବା, ଯଥା ସମ୍ଭବ ରାସନ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ଖିଲାପ କଲେ ଆଇନ୍ ଅନୁସାରେ ଦଣ୍ଡ ବିଧାନ କରାଯିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ସୂଚାଇ ଦେଇଥିଲେ । ଏହି ଅବସରରେ ଶ୍ରୀ ବିଶ୍ବାଳ
କରୋନା ଚିହ୍ନିତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖିବା ପାଇଁ କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିଥିଲେ। ପରିମଳ, ପାନୀୟ ଜଳ ଓ ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଉପଜିଲାପାଳ ଗୁରୁତ୍ବାରୋପ କରିଥିଲେ। ସେଭଳି ପରିସ୍ଥିତି ହେଲେ ୨୫୦ରୁ ଅଧୁକ ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଉଥିବା ନେଇ ସତର୍କତା ଅବଲମ୍ବନ କରାଯାଉଥିବା ପ୍ରାପ୍ତ ସୂଚନାରୁ ଜଣାଯାଇଛି । ଏ ସମ୍ପର୍କରେ ଉପଜିଲାପାଳ, କିଶୋରନଗର ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ,କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅମୃତା ପ୍ରିୟମ୍ବଦା, କିଶୋରନଗର ଥାନା ଆଇଆଇସି ପ୍ରତିଭା ମାଝି, କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପଟେଲଙ୍କ ସହିତ ଆଲୋଚନା କରିଥିଲେ । କିଶୋରନଗର ବ୍ଲକ ଅଞ୍ଚଳରେ ସମସ୍ତ ଜନଗହଳି ପୂର୍ଣ୍ଣ ଛକ ଓ ବଜାରରେ ଗାଁ ଗାଁ ଗହଳି ଦେବାକୁ ମିଳିଥିଲା। ଛକ ଅଞ୍ଚଳରେ ପୁଲିସ୍ ଜଗି ରହିଥିବାବେଳେ ପ୍ରଶାସନ ତରଫରୁ ଲକ ଡାଉନ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି । ତେବେ କେତେକ ସ୍ଥାନରେ ସରକାରଙ୍କ କଟକଣାକୁ ନମାନିବାରୁ ପୁଲିସ ମୃଦୁ ଲାଠିଚାର୍ଜ କରି ଥିବା ଜଣାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ସତର୍କତା ଓ ସଚେତନତା ବାର୍ତ୍ତା ଦିଆଯାଉଥିବା ବେଳେ ଜନସାଧାରଣ ସରକାରଙ୍କ ନିୟମ ମାନିବା ସହିତ ସହଯୋଗ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରିଥିବା ଜଣାଯାଏ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।