କିଶୋରନଗରରେ ଚତୁର୍ଥ ଦିନ ଲକ ଡାଉନ : ରାସ୍ତା ଘାଟ ଶୂନଶାନ । ସଙ୍ଗରୋଧ ପାଇଁ ୧୪୭ଜଣଙ୍କର ନାମ ପଞ୍ଜିକରଣ ।

କିଶୋରନଗର(IYA NEWS:25/03/2020):

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ସଠିକ୍ ଭାବରେ ପାଳନ କରିବା ସହିତ ସହଯୋଗ କରିବା ପାଇଁ କିଶୋରନଗର ବ୍ଲକର ଜନସାଧାରଣଙ୍କୁ କିଶୋରନଗର ବ୍ଲକ ପ୍ରଶାସନ ତରଫରୁ ବିଡିଓ ଅମୃତା ପ୍ରିୟମ୍ବଦା ଓ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ଅନୁରୋଧ କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା ସଙ୍ଗେ ଜନସାଧାରଣ ଘରେ ସୁରକ୍ଷିତ ରହିବାକୁ କୁହାଯାଉଛି ।  କିଶୋରନଗର ବ୍ଳକର ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ ଦେଶ ବାହାରୁ କିମ୍ବା ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କର ପଞ୍ଜିକରଣ ଓ ଘରେ ସଙ୍ଗରୋଧରେ ରହିବା ପାଇଁ ସଚେତନ କରାଇବାକୁ ସମସ୍ତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କିଶୋରନଗର ବ୍ଲକରେ ଅାଜି ପର୍ଯ୍ୟନ୍ତ ସମୁଦାୟ ୧୪୭ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିବା ବେଳେ ସେମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯିବା ସହିତ ସତର୍କ ଦୃଷ୍ଟି ରଖାଯାଇଥିବା ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ସୂଚନା ଦେଇଛନ୍ତି ।ଅନୁଗୋଳ ଜିଲ୍ଲାକୁ ଲକ ଡାଉନର ଚତୁର୍ଥ ଦିନରେ କିଶୋରନଗର ବ୍ଲକର କିଶୋରନଗର, ବାମୁର, ନାକଚି, ହଣ୍ଡପା,ବଇଣ୍ଡା,ଅଙ୍ଗପଡା ପ୍ରଭୃତି ଜନଗହଳିପୂର୍ଣ୍ଣ ଛକ ଓ ବଜାର ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ପୁଲିସ ଏବଂ ପ୍ରଶାସନ ତରଫରୁ ସମସ୍ତ ଛକ ଏବଂ ବଜାର ଅଞ୍ଚଳରେ ପାଟ୍ରୋଲିଂ କରି ସ୍ଥାନୀୟ ଜନସାଧାରଣଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ସଚେତନ କରାଯାଇଥିଲା ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।