ହୋମ୍ କ୍ୟାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଘର ଚେକିଂ କଲେ ଜିଲ୍ଲାପାଳ ଓ ଏସ.ପି ।

ଅନୁଗୋଳ(IYA NEWS:25/03/2020):
ଅନୁଗୋଳ ସହରରେ ବିଦେଶରୁ ଆସି ହୋମ୍ କ୍ୟାରେଣ୍ଟାଇନରେ ରହୁଥିବା ବ୍ୟକ୍ତିମାନଙ୍କ ଘରକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ସରପ୍ରାଇଜ୍ ଚେକିଂରେ ଯାଇଥିଲେ। ବିଦେଶରୁ ଆସି ୧୭ ଜଣ ହୋମ୍ କ୍ୱାରେନଣ୍ଟାଇନରେ ଅଛନ୍ତି । ଏହି କ୍ୱାରେଣ୍ଟାଇନ ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଘରେ ଅଛନ୍ତି ନା କେଉଁଆଡ଼େ ଯାଇଛନ୍ତି ସେ ସଂପର୍କରେ ଅଚାନକ ଜିଲାପାଳ ଓ ଏସ୍‌ପି ପରିଦର୍ଶନ କରିଥିଲେ । ଏହି ୧୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଘରକୁ ଯାଇ ସେମାନେ ଘରେ ଥିବାର ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏହିଭଳି ସର୍‌ପ୍ରାଇଜ ଚେକିଂ ସମୟରେ ଅନୁଗୋଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ କର୍ମଚାରୀମାନେ ସାଙ୍ଗରେ ଯାଇ ହୋମ୍ କ୍ୟାଲେଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କ ଘର ଦେଖାଇ ଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।