ଗରିବ ଓ ଦିନ ମଜୁରିଆଙ୍କୁ ଖାଦ୍ୟ ବଣ୍ଟନ ।

ତାଳଚେର (IYA NEWS:29.03.2020):
ଲକ ଡାଉନ ପରିସ୍ଥିତି ଯୋଗୁଁ ତାଳଚେରର ବିଭିନ୍ନ ଅଞ୍ଚଳରେ ଗରିବ,ଦିନ ମଜୁରିଆମାନେ ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଏହି ଗରିବ ଶ୍ରେଣୀର ଲୋକେ ବାଧ୍ୟବାଧକତାରେ ଘରେ ବସି ରହିଛନ୍ତି । ପୂର୍ବରୁ ଦୈନିକ ଛୋଟମୋଟ କାମଧନ୍ଦା କରି ପରିବାର ପୋଷୁଥିବା ଏହି ଲୋକମାନେ ଏବେ ଖାଦ୍ୟାଭାବ ଏବଂ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।ଏହି ଖବର ପାଇ ସାମାଜିକ ଅନୁଷ୍ଠାନ ସେଣ୍ଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ସେମାନଙ୍କୁ ଚୁଡା,ଚିନି ଓ ବିସ୍କୁଟ ବଣ୍ଟନ କରା ଯାଇଥିଲା । ତାଳଚେର ପୌରାଞ୍ଚଳର ୱାର୍ଡ଼ ନଂ-୧୦  ଅନ୍ତର୍ଗତ ଡମ ସାହି ଏବଂ ୱାର୍ଡ଼ ନଂ-୨୦ ଅନ୍ତର୍ଗତ ମୁଣ୍ଡା ବସ୍ତିର ପ୍ରାୟ ଚାରି ଶହ ପରିବାରକୁ ପ୍ରଥମେ କରୋନା ଭୁତାଣୁ ସଂକ୍ରମଣକୁ ବ୍ୟାପିବାରୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ସଚେତନତା କରାଯିବା ପରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସେଣ୍ଟଜନସ ଅନୁଷ୍ଠାନର ଡିଭିଜନ କମାଣ୍ଡର ପ୍ରଦୀପ୍ତ ସ୍ୱାଇଁ ଓ ତାଙ୍କ ସହଯୋଗୀ, ସମାଜସେବୀ ବାପି ମହାନ୍ତି,ମଳୟ ବାରିକ,ମିନତୀ ମହାରଣା,ସୂଚନା ବାରିକ ପ୍ରମୁଖ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିବା ସହ ସଚେତନ କରିଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।