ଖାଉଟି ସାମଗ୍ରୀକୁ ଚଢ଼ାଦରରେ ବିକ୍ରି ନ କରିବାକୁ ଦୋକାନୀଙ୍କୁ ତାଗିଦ

କିଶୋରନଗର(IYA NEWS:27/03/2020):
କରୋନା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀକୁ ଦୋକାନୀ ଚଢ଼ା ଦରରେ ବିକୁଥିବା ଅଭିଯୋଗ ପାଇ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ହଣ୍ଡପା ଆଇଆଇସି ଲବ ବୋଡା, ତହସିଲର ସୁପରଭାଇଜର ମାଧୁରୀ ନାୟକଙ୍କ ସମେତ ଏକ ଟିମ୍ ଚଢ଼ାଉ କରିଥିଲେ।  ଖାଉଟି ସାମଗ୍ରୀକୁ ଚଢ଼ାଦରରେ ବିକ୍ରି ନ କରିବାକୁ ଦୋକାନୀଙ୍କୁ ତାଗିଦ କରିଥିଲେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।ଚଢ଼ାଉ ଦେଖି କେତେଜଣ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଜଣାପଡିଛି। ଏହିପରି ବାରମ୍ବାର ଚଢ଼ାଉ କରାଯାଇ କଳା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଗ୍ରାମବାସୀ ଦାବି କରିଛନ୍ତି । ସେହିପରି କିଶୋରନଗର ବ୍ଲକକୁ ଅାସିଥିବା ପିଡିଏସ ସାମଗ୍ରୀ ଯାଞ୍ଚ କରାଯାଇଥିଲା ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।