ସମ୍ବଲପୁର ସୀମାନ୍ତ ରାସ୍ତା କୁ ସିଲ କଲା କିଶୋରନଗର ବ୍ଲକ ପ୍ରଶାସନ

କିଶୋରନଗର(IYA NEWS:30/03/2020):

କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଅନେକ ସଚେତନ କରାଉଥିବା ବେଳେ ସାରା ଭାରତକୁ ଲକଡାଉନ କରା ଯାଇଛି ।  ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ,ବିଡିଓ ଓ ତହସିଲଦାର ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ଏଥିପାଇଁ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବାକୁ ନିର୍ଦେଶ ଦେବା ସହ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ।କରୋନା ସଂକ୍ରମଣକୁ ପ୍ରତିହତ ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ଜନ ଚେତନା ବଢ଼ିବାରେ ଲାଗିଛି । ଏହି କ୍ରମରେ ବାହ୍ୟ ଜିଲ୍ଲାରୁ ଅନୁଗୋଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ପ୍ରବେଶ ଅବରୋଧ କରୁଛନ୍ତି ।ଅାଜି ଅନୁଗୋଳ ଜିଲ୍ଲା କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,ରେଭିନ୍ୟୁ ସୁପରଭାଇଜର ମାଧୁରୀ ନାଏକ,କିଶୋରନଗର ଥାନା ଏ.ଏସ.ଅାଇ ପବିତ୍ର ମୋହନ ବେହେରାଙ୍କ ଉପସ୍ଥିତିରେ ପଡୋଶୀ ସମ୍ବଲପୁରରୁ ଅନୁଗୋଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା କୁଟାସିଙ୍ଗା ଠାରେ ରାସ୍ତା ସିଲ୍‌ କରାଯାଇଛି ।
ସେହି ରାସ୍ତା ଠାରେ କିଶୋରନଗର ପୋଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ବୋଲି କିଶୋରନଗର ତହସିଲଦାର କହିଛନ୍ତି ।କିଶୋରନଗରରେ ଲକଡାଉନ ଉଲ୍ଲଂଘନ ପାଇଁ କିଶୋରନଗର ଥାନା ଅଞ୍ଚଳରୁ ୪ଜଣଙ୍କ ଗାଡି ଜବତ କରାଯାଇଛି ।ଲକଡାଉନକୁ ଅାଗାମୀ ଦିନରେ ଉଲ୍ଲଙ୍ଘନ କରୁଥୁବା ବ୍ୟକ୍ତିଙ୍କ କଡା ନଜରରେ ରଖାଯିବ ବୋଲି କିଶୋରନଗର ଥାନାଧିକାରୀଣୀ କହିଛନ୍ତି ।

*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।