ଅନୁଗୋଳରୁ ଶ୍ରମିକ ବେଙ୍ଗାଲୋରରେ ପଶିଥିବା ଘଟଣା : IYA NEWSରେ ଖବର ପ୍ରକାଶ ପରେ ସାମାଜିକ କର୍ମୀ ଓ ବେଙ୍ଗାଲୋର ସାଉଥ ସାସଂଦ ତେଜସ୍ୱୀ ବଢାଇଲେ ସହାୟତାର ହାତ ।

ଅନୁଗୋଳ(IYA NEWS:27/03/2020):

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ ବେଳେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନମଣ୍ଡଳୀ କୋଠଭୂଇଁ ପଞ୍ଚାୟତ ଡଲାସିଂହା ଗ୍ରାମରେ ୩୪ ଜଣ ଶ୍ରମିକ ବାଙ୍ଗାଲୋରରେ ଫଶି ରହିଛନ୍ତି । ସେମାନେ କାମ କରୁଥିବା କମ୍ପାନୀ ଏବେ ବନ୍ଦ ହୋଇ ରହିଥିବା ବେଳେ ଫସି ରହିଥିବା ଶ୍ରମିକମାନେ ଖାଇବାକୁ ପାଉ ନଥିବା କଥା ଗତକାଲି IYA NEWS ଗଣମାଧ୍ୟମ ପ୍ରତିନିଧି ଭକ୍ତିପ୍ରସାଦ ପ୍ରଧାନଙ୍କୁ ଜଣାଇଥିଲେ । ଏହି ଖବର ଜାଣିବାପରେ ଏକ ଖବର ପ୍ରକାଶ କରି ପ୍ରଶାସନ,ସାମାଜିକ କର୍ମୀ ମାନଙ୍କୁ ଦୃଷ୍ଟି ଅାକର୍ଷଣ କରାଯାଇଥିଲା । ଏହି ଖବର ପ୍ରକାଶ କରିବାପରେ ଅାଠମଲ୍ଲିକ ଅଞ୍ଚଳର ସାମାଜିକ କର୍ମୀ ସଂଗ୍ରାମ ମହାପାତ୍ର ଅାମ ପ୍ରତିନିଧିଙ୍କ ସହ ଯୋାଗାଯୋଗ କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ସଂଗ୍ରହ କରିବା ପରେ ଅାଜି ସାମାଜିକ କର୍ମୀ ବେଙ୍ଗାଲୋର ସାଉଥ ସାସଂଦ ତେଜସ୍ୱୀ ସୂର୍ୟାଙ୍କ ସହ ଯୋଗାଯୋଗ କରି ଫସି ରହିଥିବା ଶ୍ରମିକ ମାନଙ୍କୁ ରାସନ ସହ ଅତି ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଅାଯାଇଛି ।ସେହି ଶ୍ରମିକ ମାନଙ୍କ ଦୁଃଖ ସୁଖ କଥା ବୁଝିବାକୁ ସାମାଜିକ କର୍ମୀ ସଦା ସର୍ବଦା ତତ୍ପର ଅଛନ୍ତି ବୋଲି IYA NEWS କୁ ସୂଚନା ଦେଇଛନ୍ତି ।

*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।