ସରକାରୀ ଘୋଷଣା ଓ କାର୍ଯ୍ୟକାରିଣୀ ରେ ଅନ୍ତର।

ଅାଠମଲ୍ଲିକ(IYA NEWS:01/04/2020):
କେରୋନା କୋଭିଡ-୧୯ ର କରାଳଛାୟା ମହାମାରୀ ଯୋଗୁଁ ଉପୁଜୁଥିବା ସାରା ଦେଶରେ ବନ୍ଦ ଆସର।ଗରିବ ସ୍ଥାନାନ୍ତରିତ ହୋଇ ଆସୁଥିବା ଶ୍ରମିକଙ୍କ ଉପରେ ଜଘନ୍ୟ ଭୋକ ଓ ବେମାର ସଂକ୍ରମଣ ଦ୍ଵାରା ଅସୁରକ୍ଷିତ ସ୍ୱାସ୍ଥ୍ୟ ଅବସ୍ଥାର ସମସ୍ୟା ଦେଖାଯାଉଛି।ସରକାରଙ୍କ ଦ୍ଵାରା ଆଗୁଆ ଘୋଷଣା ଓ ସେମାନଙ୍କ ପାଇଁ ଥିବା ତତ୍କାଳୀନ ଖର୍ଚ୍ଚ ଓ ସ୍ୱାସ୍ଥ୍ୟ ର ସୁରକ୍ଷା କୁ ଯତ୍ନ ନେବା ବ୍ୟବସ୍ଥା ର ବାସ୍ତବରେ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ।ଅଚାନକ ଭାବେ ଅପ୍ରଶ୍ୟାସିତ ବନ୍ଦ ଘୋଷଣା ଦ୍ଵାରା ଗରିବ ଲୋକ ଟିଏ ନିଜ ପାଇଁ ସୁରକ୍ଷା ଦିଗବଳୟରେ କିମ୍ବା ପରିବାର ର ପ୍ରତିପୋଷଣ ର ଦୀର୍ଘ୨୧ ଦିନ ପାଇଁ  ଯୋଜନା କରିବାରେ ଅକ୍ଷମ ହୋଇ ପଡିଥିବା ରୁ ସେମାନେ ଘର ମୁଁହା ହେବା ନିଶ୍ଚିତ।ତେଣୁ ସେମାନଙ୍କ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବା ଯଥାର୍ଥ ଥିଲା।ମହାମାରୀ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ୨୫ ଜଣ ସ୍ଥାନାନ୍ତର ଶ୍ରମିକ ସୁଦୂର କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରୁଥିବା ଶ୍ରମିକ ତାଙ୍କ ନିଜ ଗ୍ରାମ କେନ୍ଦୁଝର ଯିବା ଉଦ୍ଧେଶ୍ୟ ନେଇ ବାହାରିଥିଲେ।ବଇଣ୍ଡା ଛକ ଠାରେ ସମାଜସେବୀ ରଣଜିତ ପଟ୍ଟନାୟକ ସେମାନଙ୍କୁ ଅଟକାଇ ସତସଙ୍ଗ କେନ୍ଦ୍ର ବଇଣ୍ଡା  ଦ୍ଵାରା ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିଲା ।ସନ୍ଧ୍ୟା ରେ ତାଙ୍କୁ ବିଶ୍ରାମ ଦିଆ ଯାଇଥିଲା। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଅାଜି ଠାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ରନ୍ଧା ଖାଦ୍ୟ ଦିଆ ଯିବା ନେଇ ପ୍ରକାଶ କରିଥିଲେ। ତେବେ ବଇଣ୍ଡା ରାମ ଦେଓ ଉଚ୍ଚ ବିଦ୍ୟାଳୟ ରେ  ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ। ଯେଉଁ ମାନେ ସ୍ଥାନାନ୍ତରିତ ଶ୍ରମିକ ସେମାନଙ୍କୁ ସେଠାରେ ରଖାଯାଇ ଖାଦ୍ୟ ଦିଆଯିବ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ।ପଞ୍ଚାୟତ ପକ୍ଷରୁ ରହିଥିବା ତ୍ରୁଟିକୁ  ବାସ୍ତବରେ ପ୍ରଶାସନ ପକ୍ଷରୁ ତଦାରଖ ପାଇଁ ଜିଲ୍ଲାପାଳ ମୋହଦୟ ଙ୍କୁ ସମାଧାନ ପାଇଁ ସମାଜସେବୀ ରଣଜିତ ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।