ଅନୁଗୋଳ : ଲକ ଡ଼ାଉନ କୁ ଫୁଙ୍କିଦେଲେ ସାଧାରଣ ଜନତା । ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ।

ଅନୁଗୋଳ(IYA NEWS:26/03/2020):
କରୋନା ସଂକ୍ରମଣକୁ ନେଇ ସରକାର,ପ୍ରଶାସନ ଚିନ୍ତିତ ଥିବାବେଳେ ସାଧାରଣ ଜନତା ଏହାକୁ ଖାମଖିଅାଲ ଭାବେ ଗ୍ରହଣ କରୁଛନ୍ତି ।ସରକାର  ଲକଡାଉନ ଘୋଷଣ‍ା କରିଥିବାବେଳେ କିନ୍ତୁ ଜିଲ୍ଲାରେ ସାଧାରଣ ଜନତା ଏହି ଘୋଷଣାକୁ ମାନୁନାହାନ୍ତି । ଆସନ୍ତାକାଲି ପେଟ୍ରୋଲ, ଡିଜେଲ ମିଳିବ ନାହିଁ ବୋଲି ଅନୁଗୋଳ ଅଂଚଳରେ ଗୁଜବ ସୃଷ୍ଟି ହୋଇଛି ।ଜିଲ୍ଲାର ବିଭିନ୍ନ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିଲେ ମଧ୍ୟ ଘରୁ ଲୋକେ କିପରି ପଦାକୁ ବାହାରୁଛନ୍ତି ।ପେଟ୍ରୋଲ ଟାଙ୍କି ଗୁଡିକରେ ଅସମ୍ଭାଳ ଭିଡ ହେବା ପରେ ସଂଗେ ସଂଗେ ଜିଲ୍ଲା ପୋଲିସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁଜବ ପ୍ରତି ଧ୍ୟାନ ନଦେବା ସହ ପେଟ୍ରୋଲ ପମ୍ପ ଖୋଲାରହିବ ବୋଲି ଡାକବାଜି ଯନ୍ତ୍ରରେ ସୂଚନା ଦେଇଛନ୍ତି । 
 ଅାମେ ଏଠି କହିବାକୁ ଚାହୁଁ ଗୁଜବକୁ ବିଶ୍ୱାସ କରନ୍ତି ନାହିଁ,ଅାମ ଜୀବନ ଅାମ ହାତରେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।