ସାମାଜିକ ଦୁରତ୍ୱକୁ ଫୁ.... । ମାନୁନ‍ାହାନ୍ତି ଜନତା । ଭତ୍ତା ପାଇଁ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ।

ଅାଠମଲ୍ଲିକ(IYA NEWS:30/03/2020):
କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ଅାଜି ଅନୁଗୋଳ ଜିଲ୍ଲ‍ା ଆଠମଲ୍ଲିକ ସଦର ମହକୁମା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଭତ୍ତା ପାଇଁ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ଭିଡ଼ ଜମାଇଥିଲେ। ଆଠମଲ୍ଲିକ ବ୍ଲକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ ଲୋକେ କଟକଣା ଆଦୌ ମାନି ନ ଥିବା ଦେଖିବାକୁ ମିଳିଛି ।କିନ୍ତୁ କେହି ଜଣେ ସଚେତନତା ଥିବାର ଏଠାରେ ଦେଖିବାକୁ ମିଳିନାହିଁ। ତେବେ ଏଭଳି ଜାଗାରେ ପୋଲିସ କାହିଁକି ମୁତୟନ ହେଉନାହନ୍ତି ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ବୁଦ୍ଧିଜୀବୀ କହିଛନ୍ତି କେବଳ ରାତିରେ ଘଣ୍ଟାଏ ପିସିଅାର ଭ୍ୟାନରେ ପଇଁତରା ମାରୁଛନ୍ତି ପୋଲିସ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।