କରୋନା ପାଇଁ ଲକଡାଉନ ସଚେତନ କାର୍ଯ୍ୟକ୍ରମ : ବିଦେଶ ଓ ରାଜ୍ୟ ବାହାର ଲୋକଙ୍କୁ ଗାଁ ମନା

ଅାଠମଲ୍ଲିକ(IYA NEWS:26/03/2020):
କରୋନା ଡରରେ ଥରୁଛି ବିଶ୍ବ । ସାମାଜିକ ଦୁରତ୍ବ ଅଭାବରୁ ଦେଶ ବିଦେଶରେ କରୋନା ପଞ୍ଝା ମେଲିଲାଣି । ଅଣାୟତ ହେଉଛି ଗାଁରୁ ସହର । ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି ଅମାନିଆ ଲୋକେ । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକଡାଉନ ଘୋଷଣା ହେବାପରେ ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣିବନ୍ଧ ଗାଁରେ ଆରମ୍ଭ ହୋଇଛି ତ୍ରିନାଥ ଯୁବକ ସଂଘ ତରଫରୁ ଗାଁ ଲକଡାଉନ କାର୍ଯ୍ୟକ୍ରମ । କିଛି ଲୋକ କାମ ନଥିଲେ ବି ସେଗାଁ ରେ ବାଇକ ଧରି ଚକ୍କର କାଟୁଛନ୍ତି । ରାଣିବନ୍ଧ ତ୍ରିନାଥ ଯୁବକ ସଂଘ ତରଫରୁ ଆମ ଗାଁକୁ ଆମେ ନିଜେ ଜଗିବା  ପଦକ୍ଷେପ ନେଇଛନ୍ତି । ଅନ୍ୟ ଗାଁର, ବିଦେଶ ଓ ବାହାର ରାଜ୍ୟରୁ ଫେରନ୍ତା ଲୋକ ମାନଙ୍କୁ ଗାଁରେ ପ୍ରବେଶ ବନ୍ଦ କରିବା ।ଗାଁ ଭିରତକୁ ଯିବା ଆସିବା ଲୋକମାନଙ୍କୁ ଡେଟଲ ପାଣିରେ ଧୋଇ ହୋଇ ଗାଁ ଭିତରକୁ ଛଡା ଯାଉଥିବାର ଦେଖିବାକୁ ମିଳିଛି ।
ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି । ସନ୍ଦେହ ଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା ।ଏହି କାର୍ଯ୍ୟକ୍ରମ ଲକଡାଉନ ପର୍ଯ୍ୟନ୍ତ ରହିବ ବୋଲି ସଂଘ ସଭାପତି ଅନାମ ଚରଣ ସ୍ୱାଇଁ କହିଛନ୍ତି ।କମିଟି ର ଟୁନା ସ୍ଵାଇଁ,ପ୍ରଦୀପ ସାହୁ,ସୁଶାନ୍ତ ନାୟକ ,ପ୍ରଦୀପ ସାହୁ,ବୀରବର ସାହୁ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତୁଲାଉଛନ୍ତି | ଏହି ସଚେତନ କାର୍ଯ୍ୟକ୍ରମ ପାଇଁ ଠାକୁରଗଡ଼ ଥାନାଧିକାରୀ ଗବାକ୍ଷ ନାୟକ,ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ IYA NEWS ପରିବାର ଧନ୍ୟବାଦ ଜଣାଇଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।