ରାସନ,ପରିବା ଦୋକାନରେ ଭିଡ଼: ଗ୍ରାହକଙ୍କ ପାଇଁ ଲାଗିଲା କଟକଣା

ଅନୁଗୋଳ(IYA NEWS:25/03/2020):
ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅାହ୍ୱାନ ପରେ ଅନୁଗୋଳ ଜିଲ୍ଲାର ରାସନ ଓ ପରିବା ଦୋକାନ ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହା ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳଙ୍କ ନଜରରେ ଆସିବା ପରେ ସେ ଏହାକୁ ବାରଣ କରିଥିଲେ।ଏଥିପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏହି ଭିଡ଼କୁ କମାଇବା ପାଇଁ ମାଇକ ଦ୍ୱାରା ପ୍ରଚାର କରାଇବା ସହ ଦୋକାନ ଗୁଡିକ ସମ୍ମୁଖରେ ୧ ରୁ ୨ ମିଟର ଦୂରତା ମଧ୍ୟରେ ଧଳା ଗୋଳେଇ ଚିହ୍ନ ଲଗାଇ ଏହି ଚିହ୍ନ ମଧ୍ୟରେ ଧାଡିରେ ଠିଆ ହୋଇ ପରିବା ଓ ରାସନ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି।ଏହି ଚିହ୍ନ ଉଭୟ ଗ୍ରାହକ ଓ ସମ୍ପୃକ୍ତ ବିକ୍ରେତାଙ୍କ ପାଇଁ ଲକ୍ଷ୍ମଣ ରେଖା ସଦୃଶ।ଚିହ୍ନ ବାହାରେ ଜମା ହୋଇଥିବା ଗ୍ରାହକମାନଙ୍କୁ ଏହି ସାମଗ୍ରୀ ଦିଆ ନଯାଇ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଅାଜିର ଲକ୍ଷ୍ମଣ ରେଖା ବନ୍ତଳା ଛକ ନିକଟରେ ଥିବା ଉଭୟ ରାସନ ଓ ପରିବା ଦୋକାନ,ଜିନ୍ଦଲ ମାର୍କେଟ କମ୍ପଲେକ୍ସ୍,ଜରପଡାର କିଛି ରାସନ ସାମଗ୍ରୀ ଦୋକାନ,ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ନିକଟରେ ଥିବା ପାଣି ଏଟିଏମ ପାଖରେ ଦେଖିବାକୁ ମିଳିଥିଲା ।ଅାସନ୍ତା ଦୁଇଦିନ ମଧ୍ୟରେ ଜିଲ୍ଲାର ସମସ୍ତ ରାସନ ଓ ପରିବା ଦୋକାନରେ ଏହି ଲକ୍ଷ୍ମଣ ରେଖା ଟଣାଯିବ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।