ଲକ ଡ଼ାଉନକୁ ଉଲ୍ଲଙ୍ଘନ କରି ୯ ଗିରଫ ସହ ୧୦ ବାଇକ ଜବତ ।

ଅନୁଗୋଳ (IYA NEWS : ୨୬/୦୩/୨୦୨୦)
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଲକ ଡ଼ାଉନ ଚାଲିଥିବା ବେଳେ କିଛି ନିୟମ ଉଲ୍ଲଂଘନ କାରୀଙ୍କୁ ବଅଁରପାଳ ପୋଲିସ ସାବାଡ଼ କରିଛନ୍ତି। ପ୍ରତ୍ୟେକ ଦିନ ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ବୁଲି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଥିବା  ସତ୍ତ୍ୱେ, କିଛି ଲୋକ ଖୋଲାଖୋଲି ବେଖାତିର୍ କରୁଥିବା ଦେଖିବାକୁ ମିଳିଛି। ଏନେଇ ବଅଁରପାଳ ଥାନାଧିକାରୀ ଶ୍ରୀ କରଙ୍କ ନେତୃତ୍ୱରେ ୯ ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ବଅଁରପାଳ ପୋଲିସ ଗିରଫ କରିବା ସହ ୧୦ଟି ବାଇକ କୁ ଜବତ କରିଛନ୍ତି। ସୂଚନା ମୁତାବକ ଗିରଫ ବ୍ୟକ୍ତି ମାନେ ହେଲେ ବୁଢ଼ାପଙ୍କ ଗ୍ରାମର ବିଷ୍ଣୁ ଚରଣ ସାମଲ (୨୯), ପିତା : ବେଣୁଧର ସାମଲ,  ସିପୁନ୍ ସାମଲ (୨୪), ପିତା : ଗୋଲେଖ ସାମଲ, ଅମିୟ ଗଡ଼ନାୟକ (୩୦), ପିତା : ୰ମଙ୍ଗୁଳୁ ଗଡନାୟକ, କାମାକ୍ଷୀ ବେହେରା (୩୩), ପିତା : ପିତା : ଗୌରାଙ୍ଗ ବେହେରା, ସୂର୍ଯ୍ୟକାନ୍ତ ସାମଲ (୩୦), ପିତା : ଶ୍ରୀଧର ସାମଲ, ରାଜେଶ ମାଝୀ (୨୯), ପିତା : ରମେଶ ମାଝୀ ଓ ଗୋତମରା ଗ୍ରାମର ବିନୋଦ କୁମାର ଗୋଚ୍ଛାୟତ (୨୫), ପିତା : ଅରୁଣ ଗୋଛାୟତ, କେଦାରନାଥ ସାମଲ (୪୧), ୰କେଶବ ସାମଲ, ଦୁଷ୍ମନ୍ତ ଗୋଚ୍ଛାୟତ (୨୮), ପିତା : ପ୍ରମୋଦ ଗୋଛାୟତ ବୋଲି ଥାନାଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି। ତତ ସହିତ ୧୦ଟି ବାଇକ କୁ ଜବତ କରିଛନ୍ତି ବଅଁରପାଳ ପୋଲିସ। ଆଗାମୀ ଦିନରେ ଏହି ପ୍ରକ୍ରିୟା ଚାଲୁ ରହିବା ସହ ଲକ ଡାଉନ କୁ ସମସ୍ତେ ମାନି ବାକୁ ଥାନାଧିକାରୀ ନିବେଦନ କରିଛନ୍ତି। ଯେଉଁ ମାନେ ଏହି ନିୟମକୁ ବେଖାତିର କରୁଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦିଆଯାଇଛି।

REPORT BY : SHASANKA SEKHAR SAMAL (IYA NEWS) IYA NEWS ( VISIT US :- www.iyanews.com ) ( LIKE US :- Indian Youth Association - IYA News )
#ସାଧାରଣ_ଜନତାର_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।