କରୋନା ମୁକାବିଲା : ଦୟାକରି ଅନୁଗୋଳ ଜିଲ୍ଲାବାସୀ ଘରୁ ବାହାରନ୍ତୁ ନାହିଁ : ରମେଶ ସାଏ ।

ଅନୁଗୋଳ(IYA NEWS:25/03/2020):
କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କରୋନା ମୁକାବିଲା ପାଇଁ ଅାସନ୍ତୁ ଶପଥ ନେବା,ଘରେ ରହିବା । କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପରେ ଅାଜି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅନୁଗୋଳ ଜିଲ୍ଲାବାସୀଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ବିଧାୟକ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା,ଜିଲ୍ଲ‍ାପରିଷଦ ବନ୍ଧୁ ମାନେ ଭୟଭୀତ ନହେବାକୁ ନିବେଦନ କରିଛନ୍ତି ।  ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଏକ ପୃଥକ କୋଠରୀରେ ରହିବାକୁ କୁହନ୍ତୁ ଏବଂ ରଖିବାକୁ ଚେଷ୍ଟା କରନ୍ତୁ ତାହାସହ ଯେଉଁଠାରେ ସମସ୍ୟା ସୃଷ୍ଟି ହୁଏ , ତୁରନ୍ତ ପୋଲିସ୍,ଉପଜିଲ୍ଲାପ‍ାଳ ,ବିଡିଓ ତାହାସହ ମୋ ସହ ଯୋଗାଯୋଗ କରନ୍ତୁ ବୋଲି ବିଧାୟକ ସାଏ କହିଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।