କରୋନା ମୁକାବିଲା : ଗାଁ ର କୁନି ପିଲା କଲେ ଗାଁ କୁ ଲକ ଡାଉନ ।

ଅାଠମଲ୍ଲିକ(IYA NEWS:27/03/2020):
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ ଘୋଷଣା ପରେ ଅନୁଗୋଳ ଜିଲ୍ଲାର ସହରାଞ୍ଚଳରେ କଟକଣା ପ୍ରାୟତଃ ଉଲ୍ଲଂଘନ ହେଉଥିବା ବେଳେ ଗାଁ ଗୁଡ଼ିକରେ କିନ୍ତୁ ସଚେତନତା ସୃଷ୍ଟି କରାଯାଉଛି । ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଅଖରକଟା ଗାଁର ମା ଚର୍ଚ୍ଚିକା ୟୁଥ କ୍ଲବ ଗାଁରେ ଆରମ୍ଭ କରିଛି ଲକ୍‌ଡାଉନ୍‌ । ୨୫ ତାରିଖରୁ ୟୁଥ କ୍ଲବ ତରଫରୁ ନିଜ ଗାଁକୁ ଆମେ ଜଗିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦେଶ ଓ ବାହାର ରାଜ୍ୟ ଫେରନ୍ତା ଲୋକମାନଙ୍କୁ ଗାଁକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ଗାଁକୁ ଭିତରକୁ ପ୍ରବେଶ କରିବା ପୂର୍ବରୁ ଚେକ୍‌ଗେଟ୍‌ଠାରେ ଡେଟଲ୍‌‌ ହ୍ୟାଣ୍ଡ ୱାସ୍‌ରେ ଭଲ କରି ହାତ ଧୋଇବା ପରେ ଗାଁ ଭିତରକୁ ଛଡ଼ାଯାଉଛି ବୋଲି ୟୁଥ କ୍ଲବର ସଦସ୍ୟ ମାନେ କହିଛନ୍ତି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କ ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ମଧ୍ୟ ରେକର୍ଡ କରାଯାଉଛି । ଗାଁ ଗାଁ ରେ ଲୋକ ସଚେତନ ହେଉଥିବା ବେଳେ ସହରାଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖା ଯାଉଛି । ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ବହୁ ପ୍ରଶଂସା କରିଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।