ଆଠମଲ୍ଲିକରେ ନୂତନ ସାମ୍ବାଦିକ ସଙ୍ଘ ଗଠନ ।

ଅନୁଗୋଳ(IYA NEWS:07/10/2020):
"ପଞ୍ଚଧାରା ୟୁନିୟନ ଜର୍ଣ୍ଣାଲିଷ୍ଟ ଆଠମଲ୍ଲିକ"ରେ ନୂତନ ସାମ୍ବାଦିକ ସଙ୍ଘ ଭାବେ ଅାଜି ଗଠନ ହୋଇଛି। ଆଜି କାଲି ସାମ୍ବାଦିକ ମାନଙ୍କ ଉପରେ ପ୍ରତ୍ୟେକ ମୁହୂର୍ତ୍ତରେ ଆକ୍ରମଣ ର ଶିକାର ହେଉଛନ୍ତି । ଏପରିକି କୌଣସି ସାମ୍ବାଦିକ ମାଡ଼ ଖାଉଛି ତ ଆଉ କାହାକୁ ମାରି ଦିଆଯାଉଛି ।ଏପରି ସ୍ଥଳେ ଏହାର ମୁକାବିଲା ଏବଂ ସମସ୍ତଙ୍କର ବିପଦରେ ସାହାଯ୍ୟ କରିବା ଏବଂ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବା ପାଇଁ ଆଠମଲ୍ଲିକ ସବଡିଭିଜନ ଅଞ୍ଚଳର ସମସ୍ତ ମିଡିଆର ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁ ସମ୍ମିଳନୀ ହୋଇଥିଲା ଏବଂ ଏହି ସମ୍ମିଳନୀରେ ମନୋଜ କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ଏକ ସଙ୍ଘ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଯଯାତି କେଶରୀ ସାହୁ ସମର୍ଥନ ଜଣାଇଥିଲେ।ଶେଷରେ ସମସ୍ତଙ୍କ ସମ୍ମତି କ୍ରମେ ଏକ ସଙ୍ଘ ଗଠନ କରାଯାଇଥିଲା ଏବଂ ପଞ୍ଚଧାରା ୟୁନିୟନ ଜର୍ଣ୍ଣାଲିଷ୍ଟ ଆଠମଲ୍ଲିକ ନାମରେ ନାମିତ କରାଯାଇଥିଲା ।ସଭାପତି ଭାବେ ସୁନୀଲ କୁମାର ମହାନ୍ତି,ସମ୍ପାଦକ ମନୋଜ କୁମାର ପ୍ରଧାନ ଉପସଭାପତି ଭାବେ ଯଯାତି କେଶରୀ ସାହୁ ଏବଂ ସହ ସମ୍ପାଦକ ସୁଜିତ କୁମାର କ୍ଷେତୀଙ୍କୁ ଚୟନ କରିଥିବା ବେଳେ ଉପଦେଷ୍ଟା ଭାବେ ଶ୍ୱେତା ରଥ,ବଂଶୀଧର ସେଠୀ,କରୁଣାକର ନାୟକଙ୍କୁ ଚୟନ କରାଯାଇଥିଲା ।ସେହି ଭଳି ଭାବେ ସଙ୍ଘ ର ସଦସ୍ୟ କରୁଣା କରନାୟକ,ହରେକୃଷ୍ଣ ନାୟକ, ନରେଶ କୁମାର ସହୂ, ଦୀପକ କୁମାର ପ୍ରଧାନ, ଅଭିନାଶ ପ୍ରଧାନ. ଅନିଲ ସହୂ. ବିଜୟ ସହୂ, ପ୍ରଶାନ୍ତ ନାୟକ, ଧନଞ୍ଜୟ ନାୟକ, ସଲମାନ ଖାନ, ରାଜେଶ କୁମାର ବେହରା, ଦୁଃଖିଶ୍ୟାମ ମେହେର, ସୁଜିତ କୁମାର ପାଣ୍ଡେ, ପ୍ରଶାନ୍ତ ନାୟକ, ପ୍ରଦୀପ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।