ଅାନ୍ତଜାତୀୟ ୟୁଥ ଆଇକନ୍ ଆୱାର୍ଡ ପ୍ରତିଯୋଗିତାରେ ଶର୍ମିଷ୍ଠାଙ୍କ ସଫଳତା

ଅାଠମଲ୍ଲିକ(IYA NEWS:23/09/2020):
କିଶୋରନଗର ବ୍ଲକ ଅନ୍ତର୍ଗତ ଘୋଷର ଗ୍ରାମର ଯୁବ ପ୍ରତିଭା ଶର୍ମିଷ୍ଠା ସାହୁ ଅନ୍ତର୍ଜାତୀୟ ୟୁଥ ଆଇକନ୍ ଆୱାର୍ଡ- ୨୦୨୦ ପ୍ରତିଯୋଗିତାର
ସର୍ବଭାରତୀୟ ତାଲିକାରେ ୩୯ ଏବଂ ରାଜ୍ୟସ୍ତରରେ ୧୯ ନମ୍ବର ସ୍ଥାନ ଅଧିକାର କରି ଭାଷା ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟୋଦୟ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ୩୫ଟି ଦେଶର କବି, ଗାଳ୍ପିକ ଓ ନାଟ୍ୟକାର ଅଂଶଗ୍ରହଣ କରିଥିଲେ । ଛାତ୍ରଜୀବନରୁ ନିଜର ସାହିତ୍ୟ ସାଧନାରେ ବ୍ରତୀ ଯୁବା ଶର୍ମିଷ୍ଠାଙ୍କ ଅନେକ ନାରୀଚେତନାଧର୍ମୀ କବିତା ଓ ଗଳ୍ପ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅବସରରେ ତାଙ୍କର ସାହିତ୍ୟ ସାଧନା ପାଇଁ ବିଭିନ୍ନ ମହଲର ବହୁ ପ୍ରତିଷ୍ଠିତ କବି, ସାହିତ୍ୟିକ ଶର୍ମିଷ୍ଠାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଅନ୍ତର୍ଜାତୀୟ ୟୁଥ ଆଇକନ୍ ଆୱାର୍ଡ- ୨୦୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇଥିବା ସୂର୍ଯ୍ୟାଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ମନୋଜ କୁମାର ପଣ୍ଡା ଓ ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ବାଇଁଙ୍କୁ ଶର୍ମିଷ୍ଠା କୃତଜ୍ଞତା ଜଣାଇଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।