ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ କରିବାକୁ ବିଧାୟକଙ୍କ ବୈଠକ ।

ଅାଠମଲ୍ଲିକ(IYA NEWS:13/09/2020):
ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅାଠମଲ୍ଲିକ ବ୍ଲକର ଟୁସର,ବାସୁଦେବପୁର,କିଅାକଟା ଗ୍ରାମପଞ୍ଚାୟତରେ ଦଳୀୟ କର୍ମୀ ମାନଙ୍କୁ ନେଇ ଅାଜି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଓ ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ କରିବା  ନେଇ ଅାଲୋଚନା ହୋଇଛି । ତାହସହ କୋଭିଡ ନିୟମକୁ କିଭଳି ପାଳନ କରିବା ସେ ନେଇ ଲୋକଙ୍କ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଅନୁରୋଧ କରିଛନ୍ତି ବିଧାୟକ । ଏହି ବୈଠକର ଦଳର ବହୁ କର୍ମୀ ଉପସ୍ଥିତ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।