ନିର୍ବାଚନ ମଣ୍ଡଳୀର କେତେ ଗ୍ରାମକୁ ପାଇପ ପାନୀୟ ଜଳ ଯୋଗାଣ ହୋଇଛି : ସରକାରଙ୍କୁ ତଥ୍ୟ ମାଗିଲେ ଅାଠମଲ୍ଲିକ ବିଧାୟକ ।

ଭୁବନେଶ୍ୱର/ଅନୁଗୋଳ(IYA NEWS:30/09/2020):
ଜଳ ହିଁ ଜୀବନ । ଖରାଦିନେ ଜଳର ବହୁ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ଲୋକେ । ଜଳର ଅସୁବିଧାକୁ ଦେଖି ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର,ଅାଠମଲ୍ଲିକ ଓ ଅନୁଗୋଳ ବ୍ଲକ (୯ଟି ଗ୍ରାମ ପଞ୍ଚାୟତ)ର ମୋଟ୍ ଗ୍ରାମ ମଧ୍ୟରୁ କେତୋଟି ଗ୍ରାମକୁ ପାଇପ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ ହୋଇଛି,କେତୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି ଓ ପ୍ରସ୍ତାବ ମଂଜୁର ହୋଇଛି ଓ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପାଇପ ଜଳଯୋଗାଣ ସୁବିଧା ଯୋଗାଇ ଦେବାକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଧାନସଭାର ପ୍ରଶ୍ନକାଳ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି ।
ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଜେନା ଉତ୍ତରରେ କହିଛନ୍ତି ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲିକ,କିଶୋରନଗର ଓ ଅନୁଗୋଳ ବ୍ଲକ ଅନ୍ତର୍ଗତ ୫୬ଗୋଟି ଗ୍ରାମପଞ୍ଚାୟତ ଅଧୀନରେ ଥିବା ୬୧୪ଟି ଗ୍ରାମକୁ ନେଇ ଗଠିତ ।ଏଥି ମଧ୍ୟରୁ ୧୨୦ଟି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଅାଯାଇଛି ।ଅନ୍ୟ ୩୭ଟି ଗ୍ରାମରେ ପାନୀୟ ଜଳ ପାଇଁ ପ୍ରକଳ୍ପ ଜାରି ରହିଛି । ଅବଶିଷ୍ଟ ୪୫୭ ଟି ଗ୍ରାମକୁ ୨୦୨୪ ପୂର୍ବରୁ ଜଳ ଯୋଗାଇ ଦିଅାଯିବ ବୋଲି ମନ୍ତ୍ରୀ କହିଛନ୍ତି । 
ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲିକ ବ୍ଲକରେ ୨୪ଟି ପଞ୍ଚାୟତରେ ମୋଟ୍ ୨୯୩ଟି ଗାଁ ରହିଛି । ଏଥିରୁ ୫୩ଟି ଗାଁର ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଛି । ଆଉ ୨ଟି ଗାଁରେ ଓମବାଡ଼ସି ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।ସେହିପରି ଡିଏମ୍ଏଫ୍ ଫଣ୍ଡରୁ ୩ଟି ଗାଁରେ,ବସୁଧା ଯୋଜନାରେ ୪ଟି ଗାଁରେ, ଜଳଜୀବନ ମିଶନରେ ୬ଟି ଗ୍ରାମରେ ପ୍ରକଳ୍ପ କାମ ଚାଲୁ ରହିଛି । ବ୍ଳକ୍‌ର ୧୨୬ଟି ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ହୋଇନାହିଁ । କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତର ୨୩୬ ଗାଁ ମଧ୍ୟରୁ ୪୬ଟି ଗାଁକୁ ଜଳ ଯୋଗାଣ ହେଉଛି । ବିଭିନ୍ନ ଯୋଜନାରେ ୧୩ଟି ଗାଁରେ ବିଭିନ୍ନ ପ୍ରକଳ୍ପ ଜାରି ରହିଛି । ଏହି ପ୍ରକଳ୍ପ ମଧ୍ୟରେ ଓମବାଡିସିରେ ୨ଟି, ଡିଏମ୍‌ଏଫରେ ଗୋଟିଏ, ବସୁଧାରେ ୫ଟି, ଜଳଜୀବନ ମିଶନରେ ୩ଟି ସାମିଲ୍ ଅଛି ।ବ୍ଲକର ଅବଶିଷ୍ଟ ୧୭୭ଟି ଗାଁ’କୁ ପାଇପ୍‌ ଯୋଗେ ଜଳ ଯୋଗାଣ ହୋଇନାହିଁ । ସେହିପରି ଅନୁଗୋଳ ବ୍ଳକର ୯ଟି ପଞ୍ଚାୟତର ୮୫ଟି ଗାଁ ମଧ୍ୟରୁ ୨୧ଟି ଗାଁକୁ ଜଳ ଯୋଗାଣ ହୋଇଛି  ଡିଏମ୍‌ଏଫରେ ୪ଟି ଓ ଜଳଜୀବନ ମିଶନରେ ୫ଟି, ଏହିଭଳି ମୋଟ୍ ୯ଟି ପ୍ରକଳ୍ପ ଚାଲୁ ରହିଛି । ବ୍ଳକ୍‌ର ଅନ୍ୟ ୫୫ଟି ଗାଁକୁ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।