ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଘଟଣା : ଗିରଫ ହେଲା ହତ୍ୟା ଅଭିଯୁକ୍ତ ବାପୁନ ସାହୁ ।

ଅନୁଗୋଳ ( IYA NEWS, ୦୨.୦୯.୨୦୨୦ ) : -
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା  । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ । ଖବର ପାଇ କିଆକଟା ଥାନା ଅଧିକାରୀ ଅନାମ ଲାକ୍ରା, ଏଏସଆଇ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଜଣା ପଡୁଛି ।  ଉକ୍ତ ମୃତ  ଯୁବତୀଙ୍କ ଘର କିଶୋରନଗର ବ୍ଳକ କଦଳୀମୁଣ୍ଡା ଗ୍ରାମ ପଞ୍ଚାୟତ ଭୀମପୁର ଗାଁର ଅଚ୍ୟୁତାନନ୍ଦ ନାଏକଙ୍କ କନ୍ୟା ସୁଜାତା ନାଏକ । ପୋଲିସ ତଦନ୍ତ ପରେ ହଣ୍ଡପା ଥାନା ଅନ୍ତର୍ଗତ ଲାବନ୍ୟ ସାହୁଙ୍କ ୨୫ ବର୍ଷୀୟ ପୁଅ ବାପୁନ ସାହୁ ଓରଫ ବାପି ( ଅଭିଯୁକ୍ତ ) ଙ୍କୁ ଗିରଫ କରିଅଛି । ବାପି ବିବାହିତ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ .୩୦ ମିନିଟ ସମୟରେ ବାପୁନ ଏକ ଡିସ୍କଭର ବାଇକ ଯୋଗେ ଉକ୍ତ ନାଳ ନିକଟକୁ ଯୁବତୀଙ୍କୁ ଡାକି ନେଇଥିଲେ ।  କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ବାପି ଏକ ଧାରୁଆ ଅସ୍ତ୍ରରେ ସୁଜାତାର ବେକ କାଟି ଦେଇଥିଲା । ଆଜି ପୋଲିସ ଅଭିଯୁକ୍ତ ବାପୁନ ସାହୁଙ୍କୁ ଗିରଫ କରି ହତ୍ୟା ଅଭିଯୋଗରେ କୋର୍ଟ ଚାଲଣ କରିଅଛି । 
Report By :- Nipu Bhutia, IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।