୨୫ ଲିଟର ଦେଶୀମଦ ଜବତ, ୪ ଗିରଫ

ଆଠମଲ୍ଲିକ(IYA NEWS:02/09/2020):
ଅବକାରୀ ବିଭାଗର ଚଢ଼ାଉ ଜାରି ରହିଥିବା ବେଳେ ଆଠମଲ୍ଲିକ ବ୍ଳକରେ ମଙ୍ଗଳବାର ୨୫ଲିଟର ଦେଶୀମଦ ଜବତ ହୋଇଛି ଓ ୪ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ନୀରିକ୍ଷକ ଅନିତା ଓଝାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଆଠମଲ୍ଲିକ ଥାନା ଅଂଚଳରୁ ୨୫ଲିଟର ଦେଶୀ ମହୁଲି ମଦ ଜବତ ଓ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ହରିହରପୁର ଗ୍ରାମର ଗଣେଶ ସାହୁଙ୍କ ଠାରୁ ୧୦ ଲିଟର, ହରିଡ଼ାନାଳୀର ମନୋଜ ସ୍ବାଇଁଙ୍କ ଠାରୁ ୫ଲିଟର, ହିଣ୍ଡଳ ସାହିର ଚୈତନ୍ୟ ପ୍ରଧାନଙ୍କ ଠାରୁ ୫ ଲିଟର, ରାମେଶ୍ୱରପାଟଣାର ଅଶୋକ ପାଣ୍ଡେଙ୍କ ଠାରୁ ୫ଲିଟର ମଦ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ୪ଜଣଙ୍କୁ ଗିରଫ କରିଛି ।ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରଫୁଲ୍ଲ ପତି, ସହକାରୀ ଉପନିରୀକ୍ଷକ ରମାକାନ୍ତ ଡାନ୍ଦ, ଆରକ୍ଷୀ ହରିହର ପରିଡ଼ା, ମନୋଜ ବେହେରା, ସୌମ୍ୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।