ଗାଁ ମାଟିରେ ମିଶିଲା ଶହୀଦ ଦେବାଶିଷଙ୍କ ମରଶରୀର : ଜନପ୍ରତିନିଧିଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ଅନୁଗୋଳ(IYA NEWS:11/09/2020):
ବୁଧବାର କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିକି ଜଙ୍ଗଲରେପୁଲିସ୍ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍ ହୋଇଥିଲେ। ୨ ଜଣଙ୍କ
ହେଉଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର ଟୁଡୁ (୨୮)। ଦୁହିଁଙ୍କ ମୃତ୍ୟୁରେ ନିଜ ନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି। ଦେବାଶିଷଙ୍କ ବନ୍ଧୁବତ୍ସଳତା, ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ଗ୍ରାମବାସୀ ବି ସହିଦ୍ ପୁଅ ପାଇଁ ସୁଧୀରଙ୍କ ଗାଁ ଲୋକ ଲୁହ ଗଡ଼ାଉଛନ୍ତି।
ଗତକାଲି ରାତି ସାଢ଼େ ୮ଟାବେଳେ ସହୀଦ ଦେବାଶିଷଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ବହୁ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀ ସହୋଦରଙ୍କ କାନ୍ଦବୋବାଳିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ଧ୍ବନିରେ ସମଗ୍ର ଅଂଚଳ ଉଛୁଳି ଉଠିଥିଲା । ଅଙ୍ଗପଡ଼ା ଗାଁର ସନାତନ ସେଠୀଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଦେବାଶିଷ ୮ ବର୍ଷ ହେଲା ଏସଓଜି ଯବାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମେ ସେ ରାଉରକେଲାରେ ନିଯୁକ୍ତି ପାଇଥିଲେ।  ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାଶିଷ ରୋଜଗାରିଆ ପୁଅକୁ ହରାଇ ବାପା, ମାଆ ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି। ଜଣେ ଦକ୍ଷ ପୁଲିସ ଯବାନ ଭାବେ ଗତବର୍ଷ ସେ କଳାହାଣ୍ଡି ପୁଲିସ ଅଧୀକ୍ଷକଙ୍କଠାରୁ ପଦକ ଲାଭ କରିଥିଲେ। ୮ ମାସ ତଳେ ଗାଁକୁ ଆସି ୫ ଦିନ ରହି ଫେରିଥିଲେ। ୩ ଦିନ ତଳେ ଗାଁର ଜଣେ ସାଙ୍ଗଙ୍କୁ ଫୋନ୍ କରି ଅଞ୍ଚଳର ଭଲମନ୍ଦ କଥା
ପଚାରି ବୁଝିଥିଲେ। ତାଙ୍କର ପରଲୋକ ଖବର ପାଇବା ପରେ ଗ୍ରାମବାସୀ ଶୋକାକୁଳିତ ହୋଇପଡ଼ିଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଓ ପୂର୍ବତନମନ୍ତ୍ରୀ ସଂଜୀବ ସାହୁଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ବାହିନୀ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା
ଜଣାଇଛନ୍ତି। 
ତାସହ ଶେଷକୃତ୍ୟ ସମ୍ପନ୍ନ ଅାଜି ସକାଳେ ତାଙ୍କ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର
କରାଯାଇଛି । କଳାହାଣ୍ଡି ପୁଲିସ ପ୍ରଶାସନ ପକ୍ଷରୁ ସହିଦଙ୍କ ପରିବାରକୁ ୭୦ ହଜାର ଟଙ୍କାର ସହାୟତା ଦିଆଯାଇଥିବା ବେଳେ ପରିଵାରକୁ ସମସ୍ତ ସରକାରୀ ସହାୟତା ସହ ଚାକିରୀ ଯେତେ ଦିନ ଥିଲା ସେତିକି ଦିନ ପର୍ଯ୍ୟନ୍ତ ପୂରା ଦରମା,ସେମାନଙ୍କ ପରିବାରର ଜଣଙ୍କୁ ଚାକିରି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଅାଯିବାକୁ ରାଜ୍ୟ ପୋଲିସ ପ୍ରଶାସନକୁ ଦାବି ଜଣାଇବେ ବୋଲି ଅାଠମଲ୍ଲିକ ବିଧାୟକ କହିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।