ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ।

ଅନୁଗୋଳ(IYA NEWS:26/05/2020):
ଭିଜିଲାନ୍ସ ଜାଲରେ ରେଞ୍ଜର ବାବୁ ।  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଅାଜି ସକାଳେ ଭିଜିଲାନ୍ସ ବିଭାଗ ଧରିଛି ।ସୂଚନାନୁସାରେ ଏକ ବୋଲେରୋ ଗାଡ଼ି (ଓଡ଼ି ୦୨ ଏପି ୪୨୮୮) ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଠଗଡ଼ ବ୍ରିଜ୍ ପାଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିବା ବେଳେ ଗାଡିରୁ ୨ଲକ୍ଷ ୭୯ହଜାର ୩ଶହ ଟଙ୍କା ମିଳିଥିଲା । ଏ ଟଙ୍କାର ହିସାବ କହିବାରେ ରେଞ୍ଜର୍ ସ୍ବାଇଁ ବିଫଳ ହେବା ପରେ ଭିଜିଲାନ୍ସ ଟଙ୍କାକୁ ଜବତ କରିବା ସହ ତାଙ୍କୁ ଅଟକ ରଖିଛି । ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବେଆଇନ ଭାବେ ରେଞ୍ଜର ମନମୋହନ ସ୍ୱାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ହେଲା ତାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା ।ଏହା ପରେ ଛେଣ୍ଡିପଦାସ୍ଥିତ ସରକାରୀ କ୍ବାଟର୍ ଏବଂ କାର୍ଯ୍ୟାଳୟରେ ଚଢ଼ଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଚଢ଼ଉ ଚାଲିଥିବା ସୂଚନା ମିଳିଛି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।