ମାଁ ମାଉଳୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ରୋଗ ସମ୍ପର୍କୀୟ ସଚେତନ ବାର୍ତ୍ତା ।

ଅାଠମଲ୍ଲିକ(IYA NEWS:26/05/2020):
ବର୍ତ୍ତମାନ ସାରା ବିଶ୍ଵ କରୋନା ରେ ଆକ୍ରାନ୍ତ ଏଭଳି ପରିସ୍ଥିତି ରେ ଲୋକଙ୍କୁ ସଚେତନ କରିବା ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ଆଉ ଏକ ପାଦ ଆଗକୁ ଆସିଛି । ପୂର୍ବରୁ ମାସ୍କ ବିଭିନ୍ନ ଅଂଚଳରେ ବାଣ୍ଟି ଲୋକଙ୍କୁ ସଚେତନତା କରାଇଥିଲେ । ବର୍ତ୍ତମାନ କାନ୍ଥ ରେ ଲେଖି (wall painting ) ସଚେତନ କରାଉଛନ୍ତି । ଭୟ ନ କରି ସଚେତନ ରହିବା , ସରକାରୀ ନିୟମାବଳୀ ଅବଲମ୍ବନ କରିବା , ମାସ୍କ ବ୍ୟବହାର କରିବା , ସାବୁନ୍ ରେ ହାତ ଧୋଇବା , ସାମାଜିକ ଦୂରତା ବଜାୟ ରଖିବା , ଅଧିକ ସୂଚନା ପାଇଁ ୧୦୪ କୁ କଲ୍ କରନ୍ତୁ ।  ଆଦି ସଚେତନ ବାର୍ତ୍ତା ଲେଖିଛନ୍ତି ।  ନେହେରୁ ଯୁବ କେନ୍ଦ୍ର ଅନୁଗୋଳର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା ମାଁ ମାଉଳୀ ଯୁବକ ସଂଘ ର ଉପଦେଷ୍ଟା ପ୍ରତାପ ମେହେର ଓ ଅନୁଷ୍ଠାନ କରୁଣା କର ମେହେର ଗାଁ ଗାଁ ଯାଇ ବାର୍ତ୍ତା ଲେଖିଛନ୍ତି । ଆଠମଲ୍ଲିକ,ମାଧପୁର,କନ୍ଧ ପାଲି,କନ୍ଧପଡା,ଭୋଇପଡ଼ା ଛକ , ବେଲାଦୁଲା ଆଦି ସ୍ଥାନରେ ସଚେତନ ବାର୍ତ୍ତା ଅନୁଷ୍ଠାନ ତରଫରୁ ଦିଆଯାଇଛି   ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।