ଭିଡିଓ କନଫରେନସିଂ ଜରିଅାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଅାଲୋଚନା କଲେ ବିଧାୟକ ।

ଅାଠମଲ୍ଲିକ(IYA NEWS:24/05/2020):
ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ଅାଜି ଭିଡିଓ କନଫରେନସିଂ ଜରିଅାରେ କରୋନା ମୁକାବିଲା ଓ ସଚେତନତା ସଂପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଅାଲୋଚନା କରିଛନ୍ତି । ଅାଲୋଚନା ପୂର୍ବରୁ କାର୍ଯ୍ୟକର୍ତ୍ତାଙ୍କୁ ବିଧାୟକଙ୍କ ବର୍ଷେ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ମହାମାରୀ କରୋନା ଦେଶ ତଥା ରାଜ୍ୟରେ ତାର କାୟା ବିସ୍ତାର କରୁଥିବାରୁ ଏହି ସଂକ୍ରମଣକୁ କିଭିଳି ପ୍ରତିହତ କରିହେବ ଏବଂ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଗରିବ ପରିବାର ଗୁଡିକୁ କିଭଳି ଭାବେ ସହଯୋଗ କରିହେବ,ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ସହ ଅନୁଗୋଳ ଜିଲ୍ଲାକୁ ଅାସୁଥିବା ପ୍ରବାସୀ ଓଡିଅା ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଅାଲୋଚନା କରିଥିଲେ । ବିଶେଷ କରି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିବା ସାମାଜିକ ଦୂରତା ରକ୍ଷାକରିବା,ମାସ୍କ ପିନ୍ଧିବା ସହ କରୋନା ଯୋଦ୍ଧା ଯେପରିକି ଡାକ୍ତର, ନର୍ସ, ମେଡ଼ିକାଲ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ, ସରକାରୀ କର୍ମଚାରୀ, ବ୍ୟାଙ୍କ, ଡାକ କର୍ମଚାରୀ, ସାମ୍ବାଦିକ ତଥା ଏହି ଯୁଦ୍ଧରେ ସାମିଲ ସମସ୍ତ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋ ପରିବାରର ସହଅାବାହକ ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ,କିଶୋରନଗର ବ୍ଲକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ଅାଠମଲ୍ଲିକ ବ୍ଲକ ସଭାପତି ବୃନ୍ଦାବନ ସାହୁ,କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା,ସରପଞ୍ଚ,ସମିତି ସଦସ୍ୟ ଯୋଗ ଦେଇଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।