ମାସ୍କ ବାଣ୍ଟିଲେ ବିଧାୟକ ।

ଅାଠମଲ୍ଲିକ(IYA NEWS:26/05/2020):
ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଅାଠମଲ୍ଲିକ ବ୍ଲକ ଅାମ୍ବସରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମରେ ମାସ୍କ ବଣ୍ଟନ କରିଛନ୍ତି ।ମହୀଧରପୁର ଗ୍ରାମକୁ ପରିଭ୍ରମଣରେ ଯାଇ ଲୋକଙ୍କୁ କରୋନା ସଂପର୍କରେ ସଚେତନତା ବର୍ତ୍ତା ଦେଇଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ନିହାତି ଅାବଶ୍ୟକ ବୋଲି ବିଧାୟକ ଶ୍ରୀ ସାଏ ପରାମର୍ଶ ଦେଇଥିଲେ ।ପୂର୍ବରୁ ବିଧାୟକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତକୁ ସରପଞ୍ଚ ଓ ଦଳୀୟ କର୍ମୀଙ୍କ ସାହାର୍ଯ୍ୟରେ ମାସ୍କ ଦିଅାଯାଇଥିଲା ବୋଲି ବିଧାୟକ ସାଏ କହିଛନ୍ତି ।ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।