କରୋନା ଯୋଦ୍ଧାଙ୍କ ସମ୍ମାନରେ କିଶୋରନଗର ପୋଲିସ,ବ୍ଲକ ଓ ତହସିଲ କର୍ମଚାରୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

କିଶୋରନଗର(IYA NEWS:30/05/2020):

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ତଥା ଅନୁରୋଧ କ୍ରମେ ଅାଜି ଅପରାହ୍ନ ୫.୩୦ ଘଟିକାରେ ବିଭିନ୍ନ କାର୍ଯ୍ୟାଳୟ ଓ ଘରେ ‘ବନ୍ଦେ ଉତ୍କଳ ଜନନୀ‌’ ଗାନ କରାଯାଇଛି। ଏହିକ୍ରମରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,କିଶୋରନଗର ଥାନା ପରିସରରେ ଥାନାଧିକାରିଣୀ ପ୍ରତିଭା ମାଝୀ,ବ୍ଲକ କାର୍ଯ୍ୟାଳୟରେ ବିଡିଓ ଅମୃତା ପ୍ରିୟମ୍ବଦାଙ୍କ ଉପସ୍ଥିତିରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି।

Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।