ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଅନୁଗୋଳ (IYA NEWS : ୨୯/୦୫/୨୦୨୦)
ଅନୁଗୋଳ ଆରକ୍ଷୀ ଅଧିକ୍ଷକ  ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟରତ ପୋଲିସ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିନା ମାସ୍କରେ ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ବଅଁରପାଳ ଛକ, ସନ୍ତ୍ରୀ ଛକ ସମ୍ମୁଖରେ ମାସ୍କ ବଣ୍ଟନ କରାଯାଇଥିଲା। କରୋନା ଯେମିତି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବ ଓ କରୋନାକୁ ନଡ଼ରିବା, ସେ ବିଷୟରେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ଘରୁ ବାହାରିଲେ ମାସ୍କ ପରିଧାନ କରିବା ଓ ସାବୁନ ରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିବାରୁ ତାଗିଦ କରିବା ସହିତ ସଚେତନତା ବିଷୟରେ ଅବଗତ କରାଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ପଥଚାରୀ ଓ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ବଅଁରପାଳ ଥାନା ପୋଲିସ। ଆଗକୁ ଆହୁରି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଥାନା ଅଧିକାରୀ ସୁନୀଲ କୁମାର କର ସୂଚନା ଦେଇଛନ୍ତି। ମାସ୍କ ପାଇ କିଛି ଲୋକ ଖୁସି ହେବା ସହ ଆଗକୁ ଘରୁ ବାହାରିଲେ ମାସ୍କ ପରିଧାନ କରିବେ ବୋଲି କିଛି ଲୋକ ମଧ୍ୟ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କ ସମେତ ସାରଦା ପ୍ରଶ୍ନ ସାମନ୍ତ, ଉଦୟନାଥ ବେହେରା, ତ୍ରିଲୋଚନ ଖଟୁଆ, ହାବିଲଦାର ଯୁଗଳ ସାହୁ, ସମସ୍ତ ହୋମଗାର୍ଡ ଓ ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଣ୍ଟିଅର  ପ୍ରମୁଖ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ।

REPORT BY : SHASANKA SEKHAR SAMAL (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।