ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ

ଅନୁଗୋଳ(IYA NEWS:28/05/2020):
ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ହେଡ୍‌ କ୍ବାର୍ଟରରେ ଥିବା ଏସ୍‌ଆଇ ଅରୁଣ କୁମାର ପଣ୍ଡାଙ୍କୁ ବଇଣ୍ଡା ବିଟ୍‌ ହାଉସ୍‌ ଇନ୍‌ଚାର୍ଜ ଭାବେ ବଦଳି କରାଯାଇଥିବାବେଳେ ଦିଲୀପ କୁମାର ପଟ୍ଟନାୟକଙ୍କୁ ଅନୁଗୋଳ ଥାନା, ଧନେଶ୍ୱର ବିଶ୍ୱାଳଙ୍କୁ ନିଶା ଥାନା, ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କୁ ବନ୍ତଳା ଥାନା, ଶକୁନ୍ତଳା ଦେହୁରୀଙ୍କୁ ଜରପଡ଼ା ଥାନା, ଅଜୟ କୁମାର ସାହୁଙ୍କୁ ଛେଣ୍ଡିପଦା ଥାନା, ରାମଚନ୍ଦ୍ର ମହାଳିକଙ୍କୁ ସମଲ ଥାନା, ଲଲାଟେନ୍ଦୁ ନାଏକଙ୍କୁ ଏନ୍‌ଟିପିସି ଥାନା, ରବିନାରାୟଣ ବେହେରାଙ୍କୁ କିଶୋରନଗର ଥାନା, ଦିଗାମ୍ବର ଜେନାଙ୍କୁ ଛେଣ୍ଡିପଦା ଥାନା, କୁମୁଦିନୀ ଷେଣ୍ଢଙ୍କୁ ପାଲଲହଡ଼ା ଥାନା, ବ୍ରହ୍ମାନନ୍ଦ ସାହୁଙ୍କୁ ଆଠମଲ୍ଲିକ ଥାନା, ପୀତବାସ ନାଏକଙ୍କୁ ବନ୍ତଳା ଥାନା ଓ ପଞ୍ଚୁନାଥ ସାହୁଙ୍କୁ ଅନୁଗୋଳର ତଦନ୍ତକାରୀ ବିଭାଗକୁ ବଦଳି କରାଯାଇଛି। ସେହିପରି ବଇଣ୍ଡା ବିଟ୍‌ ହାଉସ୍‌ରେ ଥିବା ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ସନାତନ ମହାରଣାଙ୍କୁ ଜରପଡ଼ା ଥାନାକୁ ବଦଳି କରାଯାଇଛି ବୋଲି ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।