"ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ ମାଧ୍ୟମରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ।

ଅନୁଗୋଳ(IYA NEWS:30/05/2020):
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଅନୁଗୋଳ ର ଅଗ୍ରଣୀ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ନାରୀ ସୁରକ୍ଷା ସମିତି ଆୟୋଜନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରି ଜନ ସଚେତନତା ସୃଷ୍ଟି କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିବା ସହ ସାମାଜିକ ଦୂରତା ଓ କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ କୁ ସଂମ୍ମାନ ଜଣା ଯାଇଥିଲା।ଏହି ପରିପ୍ରେକ୍ଷୀରେ ରେ ନାରୀ ସୁରକ୍ଷା ସମିତି ର ସମ୍ପାଦିକା ସ୍ମିତାରଣୀ ପଟ୍ଟନାୟକ, ବିନତା ବିଶ୍ୱାଳ,ଆଇ.ସି.ଡି.ଏସ ସୁପରଭାଇଜର ମନୋରମା ପଣ୍ଡା, ଜୟନ୍ତୀ ସାମଲ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ସଚେତନତା ର ବାର୍ତା ରଖିଥିଲେ।ତତସହିତ ସଙ୍ଗଠନ ର କର୍ମୀ ସଞ୍ଜିତ ପଟ୍ଟନାୟକ, ଓ ସୁରେଶ ନାୟକ ଉପସ୍ଥିତ ରହି ଜନ ସଚେତନତା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।ସଙ୍ଗଠନ ପକ୍ଷରୁ ବିଗତ୧୦ ଦିନ ଧରି ୪ଟି ଗ୍ରାମ ପଞ୍ଚାୟତ ର ୧୨ଟି ଗ୍ରାମରେ ଅସହାୟ ଓ ଗରିବ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା।
ପରିଶେଷରେ ଅଞ୍ଜନା ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ।
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।