ଅସହ୍ୟ ଗରମ , ଜନଜୀବନ ଅସ୍ତବ୍ୟସ୍ତ । ସବୁଠୁ ଉତ୍ତପ୍ତ ସହର ଅନୁଗୋଳ ।

ଅନୁଗୋଳ(IYA NEWS:27/05/2020):
ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ  ଗୁଳଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅାଜି ଏଠାରେ ତାପମାତ୍ରା ୪୩.୭ ଡିଗ୍ରୀ ଥିବା ରେକର୍ଡ କରାଯାଇଛି।ଅାଜିର ତାପମାତ୍ରାରୁ ଜଣାପାଡିଛି ଅନୁଗୋଳ ସହର ସବୁଠୁ ଉତ୍ତପ୍ତ ସହର । ଲକଡାଉନ କଟକଣା ସହ ସକାଳ ୯ ରୁ  ମଧ୍ୟାହ୍ନ ୧ ବେଳେ ଜନଗହଳି ପୂର୍ଣ୍ଣ ସହର ଖାଁ ଖାଁ ହୋଇଯାଇଥିଲା। ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ବାହାରିଥିବା ଅଧିକାଂଶ ଲୋକେ ମୁଣ୍ଡରେ ଗାମୁଛା, ଷ୍ଟଲ ସହ ଛତା ଧରିଥିବା ଦେଖିବାକୁ ମିଳିଥିଲା।ଗୁଳୁଗୁଳି ଯୋଗୁ ଲୋକେ ଘରେ ମଧ୍ୟ ରହିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ଅଂଶୁଘାତ ୱାର୍ଡ଼ ଖୋଲା ରଖିବା ସହ କେହି ଅଂଶୁଘାତରେ ଶିକାର ହୋଇ ଚିକିତ୍ସାଳୟକୁ ଆସିଲେ ସେମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।